
ନୂଆଦିଲ୍ଲୀ: ଛତିଶଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ନେଇ ଖବର ପ୍ରସାରିତ ହୋଇଥିଲା । କିନ୍ତୁ ଛତିସଗଡ଼ ସରକାର ଏହି ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଆନୁଷ୍ଠାନିକ ଘୋଷଣା କରିଛନ୍ତି ।ସୂଚନାଯୋଗ୍ୟ, ଛତିଶଗଡ଼ ଜଶପୁର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣା ନେଇ ଖବର ଆସିଥିଲା । ଆରା ପାହାଡ଼ରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା । ଜଶପୁରର ନାରାୟଣପୁର ଅଞ୍ଚଳର ରତନପାହାଲି ଜଙ୍ଗଲରେ ଚାର୍ଟର୍ଡ ବିମାନଟି ଗଛ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ, ପାହାଡ଼ୀ ଅଞ୍ଚଳରୁ ନିଆଁ ଏବଂ ଧୂଆଁ ଉଠିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାରେ ପାଇଲଟ ଏବଂ କୋ-ପାଇଲଟଙ୍କର ମୃତ୍ୟୁଥିବା ନେଇ ଗୁଜବ ହୋଇଥିଲା। କିନ୍ତୁ ଏହି ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଘୋଷଣା କରିଛନ୍ତି ଛତିଶଗଡ଼ ସରକାର ।