
ମାଲକାନଗିରି : ବ୍ଯାଙ୍କରୁ କୋଟିଏରୁ ଅଧିକ ଟଙ୍କା ହଡପ କରି ନିଲମ୍ବିତ ହେଲେ ଶାଖା ପରିଚାଳକ । ମାଲକାନଗିରି KCC BANKର ପୂର୍ବତନ ବ୍ରାଞ୍ଚ ମ୍ଯାନେଜର ଶୁଭେନ୍ଦୁ ଖରାଙ୍କୁ ସସପେଣ୍ଡ କରାଯାଇଛି । ୧ କୋଟି ୭ ଲକ୍ଷ ୭୫ ହଜାର ଟଙ୍କା ହଡପ କରିଥିବା ନେଇ ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ପୋଟେରୁ ଓ ମାଲକାନଗିରି ଲ୍ୟାମ୍ପସରେ ହିତାଧିକାରୀମାନେ ଋଣ ଖାତା ଓ ସେଭିଂ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ । ଏସବୁ ଟଙ୍କା ପରେ ମୁଖ୍ଯ ଶାଖା କୋରାପୁଟ କେନ୍ଦ୍ରୀୟ ସମବାୟ ସମିତି ବା KCC BANK ଆସିଥିଲା।ହେଲେ ଏହି ଟଙ୍କାକୁ ଉପରିସ୍ଥ ବ୍ୟାଙ୍କରେ ଜମା ନକରି ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଶୁଭେନ୍ଦୁ ଖରା ନିଜ ଘରକୁ ନେଇ ଯାଇଥିଲେ। ଫଳରେ ହିତାଧିକାରୀମାନେ ନିଜ ଜମା ଅର୍ଥ ଆଉ ଫେରସ୍ତ ପାଇନଥିଲେ । ଏନେଇ ସମବାୟ ସମିତିର ମୁଖ୍ଯଙ୍କୁ ଅଭିଯୋଗ କରିଥିଲେ। ପରେ ତଦନ୍ତ କରି ଶୁଭେନ୍ଦ୍ର ଖରାଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଥାନାରେ ଏତଲା ଦିଆଯାଇଛି ।