ରିଜିଓନାଲ ଡିଗ୍ରୀ କଲେଜରେ ବାଣିଜ୍ୟ ଓ ଅର୍ଥନୀତି ବିଭାଗରେ ଆଲୋଚନା ଚକ୍ର

ଯାଜପୁର (ଅଭିମନ୍ୟୁ ମିଶ୍ର, ଜିଲ୍ଲା ପ୍ରତିନିଧି ଓଡିଶା ଟୁଡେ): ଯାଜପୁର ପୌରପାଳିକା ସନ୍ନିକଟ ରାମବାଗରେ ଚଳିତ ମାସ ୨୨ ତାରିଖ ରିଜିଓନାଲ ଡିଗ୍ରୀ କଲେଜରେ ବାଣିଜ୍ୟ ଓ ଅର୍ଥନୀତି ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର, “ଇମ୍ପ୍ୟାକ୍ଟ ଅଫ୍ ଡିଜିଟାଲ ଟ୍ରାନ୍ସମିଶନ ଇନ୍ କରେଣ୍ଟ ଏରା’ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରକୁ ରିଜିଓନାଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉତ ଏବଂ +୨ କଲେଜର ଅଧ୍ୟକ୍ଷ ପରମେଶ୍ୱର ନାୟକ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପକ ବିଜୟ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ରାଉତଙ୍କ ସଭାପତିତ୍ୱରେ ଉକ୍ତ ଆଲୋଚନା ଚକ୍ରରେ ସାଧୁଗୌରେଶ୍ୱର କଲେଜର ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ଡ. ସୁଧାଂଶୁ କୁମାର ଦାସ ଓ ଅର୍ଥନୀତି ବିଭାଗର ଅଧ୍ୟାପକ ଡ. ସତ୍ୟରଂଜନ ନାୟକ ରିସୋସ୍ ପର୍ସନ ଭାବେ ଯୋଗଦେବା ସହିତ ବିଶିଷ୍ଟ ଶିକ୍ଷାବିତ +୨ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ଶାନ୍ତନୁ କୁମାର ନାୟକ, ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଶଶଧର ଦାଶ ଓ ଅର୍ଥନୀତି ବିଭାଗର ଅଧ୍ୟାପିକା କୃଷ୍ଣପ୍ରିୟା ସାହୁ ଓ ଅନିତା ପଣ୍ଡା ବିଷୟ ବସ୍ତୁ ଉପରେ ପେପର ପ୍ରେଜେଣ୍ଟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବାଣିଜ୍ୟ ବିଭାଗର ଅନ୍ୟତମ ଅଧ୍ୟାପକ ସନ୍ତୋଷ କୁମାର କର, ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଆଧ୍ୟାପିକା, ଶିକ୍ଷା କର୍ମଚାରୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଶଶଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।