ବୈଶାଖୀ ସ୍ୱର୍ଣ୍ଣ ପଣା ଆସର

ଚୌଦ୍ୱାର(ଶିବବ୍ରତ ଦାସ ); ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଗୋପବନ୍ଧୁ ଖେଳ ପଡ଼ିଆ ଠାରେ ଟାଙ୍ଗୀ ଚୌଦ୍ୱାର ବ୍ଲକ ଇନ ଡୋର୍ ଆସୋସିସଅନ୍ ଆନୁକୁଲ୍ୟରେ “ବୈଶାଖୀ ସ୍ଵର୍ଣ୍ଣ ପଣା ଆସର” ଅନୁଷ୍ଠିତ ହୋଇଯାଇଅଛି । ଆସୋସିସନର ସଭାପତି ଅମୁଲ୍ୟ ରଞ୍ଜନ ରାଉତରାୟ ଓ ସମ୍ପାଦକ ଭୀମସେନ ବିଶ୍ୱାଳ ଙ୍କ ତତ୍ୱାବଧାନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନିଶହ ରୁ ଉର୍ଦ୍ଧ ଲୋକଙ୍କୁ ପଣା ବଣ୍ଟନ କରାଯିବା ସହିତ ଏକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପଦେଷ୍ଟା ଦିଲ୍ଲୀପ ଛତାର,ସାମ୍ବାଦିକ ସତ୍ୟବ୍ରତ ଦାସ,ଅଶ୍ୱିନୀ କୁମାର ଜେନା,ସମାଜସେବୀ ଭାସ୍କର ଚନ୍ଦ୍ର ରାଉତରାୟ,ମନୋଜ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜକିଶୋର ସ୍ୱାଇଁ,ଅପ୍ରମିତ ଜେନା,ଭାସ୍କର ପ୍ରସାଦ ମହାପାତ୍ର, ବିଦ୍ୟାଧର ରାଉତ,ବିନମ୍ର ପ୍ରସାଦ ମହାପାତ୍ର,ଶ୍ରୀକାନ୍ତ ପାକଳ ,ରଂଜିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।