
ଚୌଦ୍ୱାର (ଶିବବ୍ରତ ଦାସ ): ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ଛକ ଠାରେ ଥିବା ପଶୁପତି କମ୍ପାନୀ ନିକଟରେ ପିକ୍-ଅପ୍ କୁ ଧକ୍କା ଦେଇ ଓଲଟିଲା ଯାତ୍ରୀ ବାହୀ ବସ । ସୂଚନା ମୁତାବକ OD 02 CL 4558 ନମ୍ୱର୍ ବିଶିଷ୍ଟ ଚକାନୟନ ନାମକ ଯାତ୍ରୀ ବାହୀ ବସ ଟି ଯାଜପୁର ସିଂପୁର ରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ଆଗରେ ଯାଉଥିବା OD 05 BQ 2935 ପିକ ଅପ ଗାଡ଼ିକୁ ପଛପଟୁ ଧକ୍କା ଦେଇ ଟାଙ୍ଗୀ ପଶୁପତି ଗଡା ନିକଟରେ ଦୁର୍ଘଟଣା ଘଟିଛି ।ଏହି ଘଟଣାରେ ଉଭୟ ଦୁଇଟି ଗାଡ଼ି ରାସ୍ତା ପାଶ୍ୱର୍ରେ ଓଲଟି ପଡିଛି ।ବସରେ 30ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାବେଳେ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିଛି । ଆହତ ଥିବା ଯାତ୍ରୀ ମାନଙ୍କୁ ଚିକିତ୍ସା ପାଇଁ ଏସ.ସି.ବି ବଡ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ଟାଙ୍ଗୀ ପୋଲିସ । ଅନ୍ୟ ପକ୍ଷ ରେ ଘଟଣା ସ୍ଥଳରେ ଏନ.ଏଚ. ଆଇ କର୍ତ୍ତୃପକ୍ଷ ଙ୍କ ଅବହେଳା ଓ ଏକ ଫୁଟପାଥ ନିର୍ମାଣ ନହେବାରୁ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଂଚି ଲୋକ ମାନଂକୁ ଉଦ୍ଧାର କରିବା ସହ ତୀବ୍ର ଉତେଜନା ପାଇବାର ସୂଚନା ମିଳିଛି l