
ଚୌଦ୍ୱାର (ଶିବବ୍ରତ ଦାସ )- ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଥିବା ବିଭିନ୍ନ ପଂଚାୟତ ଗୁଡିକ ରେ ବସବାସ କରୁଥିବା ଆଦିବାସୀଙ୍କ ବିଭିନ୍ନ ମୌଳିକ ଦାବୀ ନେଇ ବ୍ଲକ ସମ୍ମୁଖରେ ସିପିଆଇ(ଏମ ) ତରଫରୁ ହଲ୍ଲାବୋଲ କରାଯାଇଛି l ସିପିଆଇ(ଏମ ) ର ବରିଷ୍ଠ ନେତା ଶ୍ରୀ ବଦ୍ରି ନାରାୟଣ ଦାସ ଙ୍କ ନେତୃତ୍ୱ ହଜାରୁ ଉର୍ଦ୍ଧ ଆଦିବାସୀ ପୁରୁଷ ଓ ମହିଳା ମାନେ ଦଳୀୟ ସ୍ଲୋଗାନ ଦେଇ କରଞ୍ଜି, ସଫା,ଗରୁଡ଼ ଗାଁ ଦେଇ ଟାଙ୍ଗୀ ଚୌଦ୍ୱାର ବ୍ଲକ ସମ୍ମୁଖୀରେ ପହଂଚି ଥିଲେ l ଏଥି ସହିତ ସେମାନଙ୍କ ଦାବୀ ଯଥା ଆଦିବାସୀ ଙ୍କ ଠାରୁ ଜମି ଛଡେଇ ନେବା, ସବୁ ଭୂମିହୀନ ଙ୍କୁ ଘର ବାଡ଼ି ପଟ୍ଟା ପ୍ରଦାନ, ସମସ୍ତ ଜାଲ ପଟ୍ଟା ରଦ୍ଦ, ପିଇବା ପାଣି ଯୋଗାଣ ଓ ସମସ୍ତ ଦଳିତ ଆଦିବାସୀ ଙ୍କୁ ରାସନ କାର୍ଡ ପ୍ରଦାନ ଭଳି ସମସ୍ୟା କୁ କିପରି ସରକାର ସମାଧାନ କରିବେ ତାହା ଉପରେ ଆଲୋଚନା କରାଯାଇଥିଲା l ବହୁ ସମୟ ପରେ ତହସିଲଦାର ଜଗତପୁର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ, ଏ.ବି.ଡି.ଓ, ୱେଲଫେୟାରଅଫିସର ଙ୍କ ଉପସ୍ଥିତି ରେ ରମେଶ ବେହେରା, ଜୟନ୍ତୀ ଗଗରେଇ, ଲଷ୍ମୀ ମଲ୍ଲିକ ପ୍ରମୁଖ ଙ୍କ ନେତୃତ୍ୱ ରେ ୮ଜଣିଆ ପ୍ରତିନିଧି ଦଳ ଙ୍କ ସହ ଆଲୋଚନା କରି ସମସ୍ତ ଜାଲ ପଟ୍ଟା ଖାରଜ କରିବା ସହ ଜଙ୍ଗଲ ଅଧିକାର ପଟ୍ଟା ପାଇନଥିବା ସମସ୍ତ ଆଦିବାସୀ ଙ୍କୁ ପଟ୍ଟା ଦିଆଯିବା ସହ ଭଟିମୁଣ୍ଡା, ନପଙ୍ଗ, ସାଲଗାଁ ଇତ୍ୟାଦି ପଞ୍ଚାୟତ ରେ ବସୁନ୍ଧରା ଯୋଜନା ରେ ଆବେଦନ କରିଥିବା ସମସ୍ତ ଭୂମିହୀନ ଙ୍କୁ ଘରଢ଼ିହ ପଟ୍ଟା ଯୋଗାଇଦିଆଯିବା ର ପ୍ରତିଶୃତି ସହ ପାନୀୟ ଜଳ ସମସ୍ୟା ଗୁଡିକ ର ସମାଧାନ କରାଯିବ ବୋଲି ପ୍ରତିଶୃତି ପରେ ଆନ୍ଦୋଳନ କାର୍ଯ୍ୟକ୍ରମ ପ୍ରତ୍ୟାହାର କରାଯଇଥିଲା।