
ଭଞ୍ଜନଗର ୩୦/୦୪(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ପାଇଁ ସାରା ଭଞ୍ଜନଗର ସହର ଚଳଚଞ୍ଚଳ ହୋଇଥିବାବେଳେ । ପ୍ରତିକୂଳ ପାଗ ସତ୍ତ୍ବେ ଆଜି ପୁରୁଣା ଜେଲ ଠାରେ କବିସମ୍ରାଟ ସଂସ୍କୃତିକ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ଶୁଭ ଉଦଘାଟିତ ସହ ଭଞ୍ଜନଗର ଠାକୁରାଣୀ ଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି |
ଏଥିରେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ସାଂସ୍କୃତିକ ମଞ୍ଚର ଶୁଭ ଉଦଘାଟନ କରିଛନ୍ତି। ଏଥିରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଜିଲ୍ଲା ଏସଡିସି ଅଧ୍ୟକ୍ଷ ନୀଳମାଧବ ପାତ୍ର, ମୁଖ୍ୟ ସଂଗଠକ ତଥା ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ବ୍ଳକ ଅଧ୍ୟକ୍ଷ ନରିସଭା ନାଇକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ମୁଖ୍ୟ ଆକର୍ଷଣ ପୁରୀ ରଘୁରାଜପୁର ଗ୍ରାମର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗୋଟିପୁଅ ନୃତ୍ୟ ସହ ପୁରୀ କୈବଲ୍ୟ ଭଜନ ମଞ୍ଚ ପକ୍ଷରୁ ଭଜନ ସନ୍ଧ୍ୟା ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।