ବୁଗୁଡ଼ା ନଗର ବିଜେପି ପକ୍ଷରୁ ବିଶାଳ ‘ମହିଳା ଜନ ଆକ୍ରୋଶ ପଦଯାତ୍ରା’

ବୁଗୁଡ଼ା,୩୦/୦୪(ସୋରେନ କୁମାର ପ୍ରଧାନ):ମହିଳା ମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ବୁଗୁଡ଼ା ପକ୍ଷରୁ ମହିଳା ଜନ ଆକ୍ରୋଶ ପଦଯାତ୍ରା ବୁଗୁଡ଼ା ନଗର ସଭାନେତ୍ରୀ ଡି ରେଶ୍ମା ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ମହିଳା ମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିବା ପାଇଁ ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ କଂଗ୍ରେସ ସହ ଡିଏମକେ,ଟିଏମସି, ସମାଜବାଦୀ ଓ ବିଜେଡି ଦଳ ବିରୋଧ କରିବା ସହ ଅନ୍ୟ ଆଞ୍ଚଳିକ ଦଳ ମଧ୍ୟ ବିରୋଧ କରିଥିଲେ। ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ମହିଳା ମାନଙ୍କ ପାଇଁ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଅଧିନିୟମ ବିଲ୍ କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବା ନେଇ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ବୁଗୁଡ଼ା ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପଦଯାତ୍ରା କରାଯାଇଛି। ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିର ଠାରୁ ଏକ ପଦଯାତ୍ରାରେ ବାହାରି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ ଓ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶ୍ଳୋଗାନ ଦେଇ ଏହି ଯାତ୍ରା ମଦନ ମୋହନ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଉଭୟଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ମହିଳା ମୋର୍ଚ୍ଚା ନଗର ସଭାନେତ୍ରୀ ଡି ରେଶ୍ମା ପାତ୍ର,ନଗର ମଣ୍ଡଳ ଉପସଭାପତି ୟୁ ଚନ୍ଦନା ପାତ୍ର,ନଗର ମଣ୍ଡଳ ଉପସଭାପତି ପ୍ରମିଳା ପ୍ରଧାନ, ସମ୍ପାଦକ ସୁନୀତା ଗୌଡ଼, ଆଇନଜୀବୀ ହରପ୍ରସାଦ ସାହୁ, ନଗର ସଭାପତି କେଦାରନାଥ ମହାରଣା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କେ ମାନସ ରଞ୍ଜନ ସୁବୁଦ୍ଧି,ଆସିକା ସମବାୟ ସମିତି ନିର୍ଦ୍ଦେଶକ ବସନ୍ତ କୁମାର ଦଳାଇ, ନଗର ମଣ୍ଡଳ ପ୍ରଭାରୀ ହରିକୃଷ୍ଣ ସାହୁ,ଆତ୍ମାର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ,ମଣ୍ଡଳ ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର ଦାସ, ଜିଲ୍ଲା ଉପସଭାପତି ସୁନୀଲ ପାଢ଼ୀ, ମାଣିତରା ମଣ୍ଡଳ ସଭାପତି କାର୍ତ୍ତିକ ମଙ୍ଗଳ ସମେତ ବହୁ ସଂଖ୍ୟକ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ର ସଦସ୍ୟ ମାନେ ଏହି ଆକ୍ରୋଶ ପଦଯାତ୍ରାରେ ସାମିଲ ହୋଇଥିଲେ।