ଭଞ୍ଜନଗର ଥାନାରେ ଜୁଭେଣ୍ଟିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର ୦୮/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ୧୮ବର୍ଷରୁ କମ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ପାଇଁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପେକ୍ଷୀରେ ଗଞ୍ଜାମ ପୋଲିସ ପକ୍ଷରୁ ଭଞ୍ଜନଗର ଥାନାରେ ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଥାନାଧିକାରୀ ଜୀବନନ୍ଦ ଜେନା ସ୍ୱାଗତ ଅବିଭାଷଣ ପ୍ରଦାନ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମର ଦେ ପୁଷ୍ପ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ। ସାଇବାର ଠକ ଏବଂ ଅଶ୍ଳୀଳ ମାନସିକ ବ୍ୟକ୍ତି ମାନଙ୍କପାଖରୁ କିଭଳି ଦୁରେଇ ରହିବ ଏବଂ ସଚେତନ ରହିବ ଶ୍ରୀ ପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଜଣାଇଥିଲେ। ରାଜ୍ୟ ପୋଲିସ ମୁଖ୍ୟାଳୟ ଦ୍ୱାରା ଆୟୋଜିତ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ରାଜ୍ୟର ଅନେକ ଥାନାକୁ ଆସିଥିବା ଛାତ୍ରଛାତ୍ରୀ ମାନେ ନିଜର ଅନୁଭୂତି ବଖାଣିଥିଲେ। ନିଜ ଅଙ୍ଗେ ନିଭାଇଥିବା ବା ସୋସିଆଲ ମିଡ଼ିଆରେ ଅସଂଗତ ବ୍ୟକ୍ତି ଙ୍କ ହଇରାଣର ଶିକାର ହୋଇଥିବା କଥା ଜଣାଇଥିଲେ। ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ନାବାଳିକା ଓ ନାବାଳକ ମାନେ କିଭଳି ସାଇବାର ଠକ ମାନଙ୍କ ଶିକାର ହେଉଛନ୍ତି ଏଥିସହ ଅପରିପକ୍ୱ ପୁଅଝିଅ ମାନେ ଅସଂଗତ ବ୍ୟକ୍ତି ମାନଙ୍କ କିପରି ଶିକାର ହେଉଛନ୍ତି ଏସମସ୍ତ କଥା ଆଲୋଚନା ହୋଇଥିଲା। ପିଲାମାନଙ୍କୁ ସଚେତନ କରିବା ପାଇଁ ଥାନା ପକ୍ଷରୁ ଭିଡ଼ିଓ ମାଧ୍ୟମରେ ଅନେକ କାହାଣୀ ଦେଖାଯାଇଥିଲା। କାର୍ଯ୍ୟକ୍ରମରେ ଥାନା ଅଧୀନ ଅନେକ ଛାତ୍ରଛାତ୍ରୀ ଯୋଗଦେଇଥିଲେ ଏବଂ ବହୁ ମହିଳା ଅଙ୍ଗନାୱାଡି କର୍ମୀ ଓ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।
ସଚେତନତା ବେଳେ ଏସ ଆଇ ସମୀର କୁମାର ସେଠି, ଲଷ୍ମୀଧର ମହାନ୍ତି, ଜ୍ୟୋସ୍ନାମୟୀ ସାହୁ, ଏଏସଆଇ ବିଦେଶୀ ବେହେରା, ସତ୍ୟନାରାୟଣ ମଲ୍ଲିକ , ରୁଦ୍ର ପ୍ରସାଦ କହଁର, ଶରତଚନ୍ଦ୍ର ପଣ୍ଡା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ। ପରିଶେଷରେ ସମସ୍ତେ ଥାନା ପରିସର ଭ୍ରମଣ କରି ସୁନ୍ଦର ପରିବେଶ ଉପଭୋଗ କରିଥିଲେ।