କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

ଚୌଦ୍ୱାର (ଶିବବ୍ରତ ଦାସ ) ରୋଟାରୀ କ୍ଲବ ଚୌଦ୍ୱାର ଦ୍ୱାରା ଏହି ଅଞ୍ଚଳ ର ଗତ ହାଇସ୍କୁଲ୍ ବୋର୍ଡ୍ ଓ କେନ୍ଦ୍ରୀୟ ବୋର୍ଡ୍ ଦଶମ ଶ୍ରେଣୀ ପରୀକ୍ଷା ରେ ଉତ୍ତୀର୍ଣ୍ଣ ନିଜ ନିଜ ବିଦ୍ୟାଳୟ ରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ରୀ/ଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି। ଶ୍ରୀ ସାଇ ବିହାର, କପଲେଶ୍ୱର୍ ସ୍ଥିତ ରୋଟାରୀ ଭବନ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଦେବାଶିଷ ମିଶ୍ର ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ କ୍ଳବ୍ ତରଫ ରୁ ସାର୍ଟିଫିକେଟ,ଟ୍ରଫି, ଏବଂ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ଇଂରାଜୀ ଅଭିଧାନ ପ୍ରଦାନ କରିଥିଲେ। ରୋଟାରୀ କ୍ଲବ୍ ଚୌଦ୍ୱାର ସଭାପତି ସଞ୍ଜିତ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶରତ କୁମାର ଖୁଣ୍ଟିଆ ସ୍ୱାଗତ ଭାଷଣ, ରୋଟାରୀ ସଂପାଦକ ରବୀନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଶ୍ରୀ ମିଶ୍ର ଛାତ୍ରୀ/ଛାତ୍ର ମାନଙ୍କୁ ସାଧନାରତ ହୋଇ ଜୀବନ ରେ ଭଲ ମଣିଷ ହେବା ଏବଂ ରୋଟାରୀ ଆଦର୍ଶ ସମ୍ପର୍କ ରେ ସୂଚନା ଦେଇ ସମାଜ, ଆମ ଦେଶ ତଥା ସମଗ୍ର ବିଶ୍ୱ ବାସୀଙ୍କ ସେବାରେ ନିଜକୁ ନିୟୋଜିତ କରି ଜଣେ ଜଣେ ସଫଳ ମଣିଷ ହେବା ପାଇଁ ଉପଦେଶ ଓ ଅନୁରୋଧ କରିଥିଲେ। ରୋଟାରୀଆନ ପ୍ରତାପ କୁମାର ଶତପଥୀ, ଶୁଭ୍ରାଂଶୁ ଭୂଷଣ ସାହୁ,ପଞ୍ଚାନନ ନାୟକ,
ଦିବାକର ସାହୁ, ପଵିତ୍ର ମୋହନ ସାହୁ, ଜୟଶ୍ରୀ ଦାସ, ଓ ରୋଟା ରକ୍ଟ୍ ରାଜକିଶୋର ସାମନ୍ତରାୟ,
ବିକାଶ କୁମାର ଗିରି, ଭାସ୍କର ପ୍ରସାଦ ମାହାପାତ୍ର ତଥା ଆଡ୍ ଭୋକେଟ ସରିତା ଦାସ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଅଧ୍ୟାପକ ସୁକାନ୍ତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।