
ଆସିକା :-୧୨/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ପୋଲିସ ଆରକ୍ଷୀ ଅଧିକାରୀ ହରିଶ ଵିସି ଙ୍କ ନିର୍ଦ୍ଦେଶକ୍ରମେ ଆସିକା ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ଏବଂ ଥାନା ଟିମ ମିଶି ବେଆଇନ ଭାବେ ଚାଲାଣ ହେଉଥିବା ବାଲି ଗାଡି ଗୁଡିକ ଉପରେ ଧର ପଗଡ଼ ଅଭିଯାନ ଆରମ୍ଭ କରିଥିଲା l ଆସିକାର ଋଷିକୂଲ୍ୟା, ବଡ଼ନଦୀ, ବାହୁଦା ନଦୀ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟ ତଥା ବାଲି କୁ ବିନା କାଗଜପତ୍ର ରେ ବାଲି ଗାଡି ଧରି ଚୋରା ରେ ବାହାରକୁ ଚାଲାଣ ହେବା ବେଳେ ମାଡି ବସିଛନ୍ତି ପୋଲିସ l ଗତ କାଲି ଆସିକା ଥାନା ଇଲକା ରୁ, ୦୨ ଗୋଟି ଟ୍ରାକ୍ଟର, କୋଟିନଡ଼ା ଥାନା ଇଲାକାରୁ ୦୪ ଗୋଟି ହାଇୱା ସମେତ ମୋଟ ୧୪ ଗୋଟି ନାମରେ ପୃଥକ ପୃଥକ ଥାନା ରେ ଅଲଗା ଅଲଗା କେସ ହୋଇଛି l ଏହି ଚଡାଉ କାର୍ଯ୍ୟକ୍ରମ ରେ ଆସିକା ଏସ ଡି ପି ଓ ସୌରଭ ରଞ୍ଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧୀର ସାହୁ, କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରୀ ଏବଂ ତାଙ୍କ ଟିମ ପ୍ରମୁଖ ସହାୟତା କରିଥିଲେ ।