ଦୁଇ ଯନ୍ତ୍ରୀଙ୍କୁ ପୁନର୍ବାର ଜୋରିମାନା

ଚୌଦ୍ଵାର (ଶିବବ୍ରତ ଦାସ) ଚୌଦ୍ୱାର ଅଞ୍ଚଳର ସୂଚନା ଅଧିକାର କର୍ମୀ ମନୋଜ ସାହୁଙ୍କୁ ସୂଚନା ଆଇନୀରେ ତଥ୍ୟ ପ୍ରଦାନ ନକରିଥିବାରୁ ମହଙ୍ଗା ପଡିଲା ଚୌଦ୍ୱାର ପୌରକାର୍ଯ୍ୟାଳୟର ପୂର୍ବ ପୌରଯନ୍ତ୍ରୀ ଶ୍ରୀମତୀ ଶୁଭଶ୍ରୀ ବେହେରା ଓ ଯେଇ ଶ୍ରୀ ସଞ୍ଜୟ କୁମାର ସାମଲଙ୍କୁ. ପ୍ରାପ୍ତ ସୂଚନା ମୁତାବକ ସୂଚନା କର୍ମୀ ଶ୍ରୀ ସାହୁ ପୌରକାର୍ଯ୍ୟାଳୟରେ ହୋଇଥିବା ଏକ ଟେଣ୍ଡର ପ୍ରକିୟାରେ ଅନିୟମିତତା ହୋଇଥିବା ସନ୍ଦେହ କରି ତା -22/01/25 ରିଖ ଦିନ ସୂଚନା ଆଇନ ମାଧ୍ୟମରେ ସେହି ସମ୍ବଦ୍ଧରେ କିଛି ତଥ୍ୟ ମାଗିଥିଲେ କିନ୍ତୁ ହୋଇଥିବା ଅନିୟମିୟତା ଧରାପଡ଼ିଯିବା ଭୟରେ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ ତଥା ପୌରଯନ୍ତ୍ରୀ ଶ୍ରୀମତୀ ଶୁଭଶ୍ରୀ ବେହେରା ଓ ଯେଇ ଶ୍ରୀ ସଞ୍ଜୟ କୁମାର ସାମଲ ଏହାର ତଥ୍ୟ ପ୍ରଦାନ କରିନଥିଲେ, ଏହା ବିରୁଦ୍ଧରେ ଶ୍ରୀ ସାହୁ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ତା -21/03/25 ରିଖ ଦିନ ଅପିଲ କରିଥିଲେ, ଏହି ଅପିଲ ଯାହାର ନମ୍ବର -1087/2025ଅଟେ ଏହାର ଶୁଣାଣି କରିବାନିମନ୍ତେ ତା -12/06/26 ରିଖ ଦିନକୁ ଧାର୍ଯ୍ୟ କରି କମିଶନଙ୍କ ନିକଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିବା ଲାଗି ଉଭୟ ଶ୍ରୀମତୀ ବେହେରା ଓ ଶ୍ରୀ ସାମଲଙ୍କୁ ନୋଟିସ ଜାରିକରିଥିଲେ ସୂଚନା କମିଶନ, ଅନିୟମିତତା ଧରାପଡ଼ିଯିବା ଭୟରେ ଦୁହିଁଙ୍କ ମଧ୍ୟରେ କଥାବାର୍ତା ହୋଇ ଯେଇ ଶ୍ରୀ ସାମଲ ଉପସ୍ଥିତ ରହିବାରୁ କମିଶନ ତା -20/07/26 ରିଖ ଦିନ ଉଭୟ ଦୁଇଜଣ ଉପସ୍ଥିତ ରହିବାପାଇଁ ନିର୍ଦେଶ ଦେଇଥିଲେ, ନିର୍ଧାରିତ ଦିନରେ ଶ୍ରୀମତୀ ବେହେରା ଉପସ୍ଥିତ ହେଲେ କିନ୍ତୁ ଶ୍ରୀ ସାମଲ ଅନୁପସ୍ଥିତ ରହିବାରୁ କମିଶନ ହୃଦୟଙ୍ଗମ କଲେଜେ ଉଭୟ ତଥ୍ୟ ପ୍ରଦାନ ନକରିବାଲାଗି ଏହିଭଳି ଲୁଚକାଳି ଖେଳ ଖେଳୁଛନ୍ତି, ତେଣୁ କମିଶନ ସେହିଦିନ ଏହି ଦ୍ୱିତୀୟ ଅପିଲ ଉପରେ ଶୁଣାଣି କରି ଶ୍ରୀମତି ଶୁଭଶ୍ରୀ ବେହେରା ଓ ଶ୍ରୀ ସଞ୍ଜୟ ସାମଲଙ୍କ ଉପରେ ଦଶ ଦଶ ହଜାର ଲେଖା ଟଙ୍କା ଜୋରିମାନା ଲାଗୁକରି ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଲେ ଗୋଟିଏ ମାସ ମଧ୍ୟରେ ସେମାନଙ୍କ ଦରମାରୁ ଜୋରିମାନା ଅର୍ଥ କାଟି ଟ୍ରେଜେରିରେ ଜମା କରିବାପାଇଁ, ଏଥି ସହିତ ଏକ ମାସ ମଧ୍ୟ୍ୟରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କରିବେ, ଏହା ପୂର୍ବରୁ ମନୋଜ ସାହୁଙ୍କ ଅନ୍ୟ ଏକ କେସ ନମ୍ବର -486/23 ରେସୂଚନାକମିଶନ ଉଭୟ ଶ୍ରୀମତୀ ବେହେରା ଓ ଶ୍ରୀ ସାମଲଙ୍କ ଉପରେ ଦଶ ଦଶ ହଜାର ଟଙ୍କା ଜୋରିମାନା ଲାଗୁକରିଥିଲେ.