ଭଞ୍ଜନଗର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ

ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୩୦/୦୩/୨୪: ଚଳିତ ବର୍ଷ ଭଞ୍ଜନଗର ଓକିଲ ସଂଘର ର୍ନିବାଚନ ଶନିବାର ଅନୁଷ୍ଠିତହୋଇଯାଇଛି । ଏଥିରେ ସଭାପତି ଓ ଉପସଭାପତି ପଦବୀ ପାଇଁ ର୍ନିବାଚନହୋଇଥିବା ବେଳେ ଅନ୍ୟ ସମସ୍ତେ ଏକମାତ୍ର ପ୍ରାର୍ଥଭାବେ ବେ ର୍ନିଦ୍ଵନ୍ଦ ଭାବେ ବିଜୟୀ ଘୋଷିତ ହୋଇଛନ୍ତି । ଆଇନଜୀବୀ ଶୈଳେନ୍ଦ୍ର ନାରାୟଣ ସାହୁ ସଭାପତି ଏବଂ ଉପ ସଭାପତି ଡି.ଗଗନବିହାରି ବିନ୍ଧାଣିରା ବିଜୟ ହାସଲ କରିଛନ୍ତି। ଏଥିସହ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର କୁମାର ପ୍ରଧାନ ସମ୍ପାଦକ ଭାବେ ନିର୍ଦ୍ଵନ୍ଦରେ ନିବାଚିତ ହୋଇଛନ୍ତି। ସେହିପରି ସହ ସମ୍ପାଦକ ଅଶ୍ୱିନ କୁମାର ଦାଶ, କୋଷାଧ୍ୟକ୍ଷ ପଦବୀରେ ସଂଗ୍ରାମ ମିଶ୍ର ଏକାକୀ ନାମାଙ୍କନ ଦାଖଲ କରି ର୍ନିଦ୍ଵନ୍ଦରେ ନିବାଚିତ ହୋଇଥିବା ର୍ନିବାଚନ ଅଧିକାରୀ ଲଡ଼ୁ କିଶୋର ଆଳତିଆ ସୂଚନା ଦେଇଛନ୍ତି। ଏହି ର୍ନିବାଚନରେ ୨ ଟି ପଦବୀ ପାଇଁ ପ୍ରତିଦ୍ଵନ୍ଦିତା ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଟ ୨୩୬ ଜଣ ମତଦାତାଙ୍କ ମଧ୍ୟରୁ ୨୧୫ ଜଣ ମତଦାତା ଭୋଟ ଦେଇଥିଲେ । ଅପରାହ୍ନ ୪ ଟା ପରେ ଗଣତି ଆରମ୍ଭ ହୋଇଥିଲା। ସଭାପତି ପ୍ରାର୍ଥୀ ଶୈଳେନ୍ଦ୍ର ନାରାୟଣ ସାହୁ ୧୧୫ ଖଣ୍ଡ ଭୋଟ ପାଇଛନ୍ତି। ଅଳକା ମଞ୍ଜରୀ ପଟ୍ଟନାୟକ ୯୯ ଖଣ୍ଡ ଭୋଟ ପାଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା। ସେହିପରି ଉପସଭାପତି ପ୍ରାର୍ଥୀ ଗଗନ ବିହାରି ବିନ୍ଧାଣିରା ୮୫ ଖଣ୍ଡ ଭୋଟ, ସହସାଂଶୁ ରାଉତ ୭୯ ଖଣ୍ଡ ଭୋଟ ଓ ଚନ୍ଦ୍ର ଚନ୍ଦ୍ରମଣୀ ମହାପାତ୍ର ୪୯ ଖଣ୍ଡ ଭୋଟ ପାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏଥିରେ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଆଳତିଆ ଙ୍କ ସମେତ ତ୍ରିନାଥ ମଳିକ,ବିମ୍ବାଧର ଷଢଙ୍ଗୀ ଏବଂ ଗିରିଜା ଶଙ୍କର ଭୂୟାଁ, ଧ୍ରୁବ ତ୍ରିପାଠୀ,ରାଜେଶ୍ଵର ଆଚାରି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *