
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଛାତ୍ରୀଙ୍କୁ ଗୁଳିମାଡ଼ ହୋଇଛି। ଆଜି ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଗୁଳି ମାରି ୨ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଇନ୍ଫୋସିଟି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଆହତ ଛାତ୍ରୀଙ୍କ ନାଁ ସୋନାଲି। ସେ ଜଣେ ଫ୍ୟାଶନ୍ ଡିଜାଇନିଂ ଛାତ୍ରୀ। ତାଙ୍କ ଘର ବାଲେଶ୍ୱରରେ। ତାଙ୍କ ଜଙ୍ଘରେ ଗୁଳି ବାଜିଛି।
ଗୁଳିମାଡ଼ ଘଟଣାର ଖୁଲାସା କଲେ ଡିସିପି ଅନୁପ ସାହୁ। ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକରେ ଖେଳୁଥିଲା ବେଳେ ଅକସ୍ମାତ୍ ଫୁଟିଛି ଗୁଳି। ଜେରା ପରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଆଶିଷ ନାୟକଙ୍କୁ ଗିରଫ କରାଯାଇଛି। ଶିଶୁ ବିହାର ଠାରେ ରହୁଥିବା ଯୁବତୀଙ୍କ ନିକଟକୁ ଆସିଥିଲା ଆଶିଷ। ଅଭିଯୁକ୍ତଙ୍କ ନାମରେ ଅପରାଧିକ ରେକର୍ଡ ଥିବା ଜଣାପଡ଼ିଛି। ବନ୍ଧୁକରେ ଉଭୟ ଖେଳୁଥିବା ବେଳେ ଗୁଳି ଫୁଟିଥିବା ଡିସିପି କରିଛନ୍ତି। ଗୋଟିଏ ଗୁଳି ଜଙ୍ଘରେ ପଶି ଆର ଗୋଡ଼ରେ ପଶିଯାଇଥିଲା।
ଅଭିଯୁକ୍ତ ପୁରୁଷ ବନ୍ଧୁର ପୂର୍ବରୁ ଅପରାଧିକ ରେକର୍ଡ ରହିଛି। ନୟାପଲ୍ଲୀ ବୋମାମାଡ଼ ଘଟଣାରେ ଆଶିଷ ଗିରଫ ହୋଇଥିଲେ। ଚନ୍ଦ୍ରଶେଖରପୁର ଥାନା ବଜରଙ୍ଗ ବିହାର ଅଞ୍ଚଳରେ ଘଟିଛି ଏହି ଘଟଣା। ଡିସିପିଙ୍କ ସୂଚନା ଅନୁସାରେ ଛାତ୍ରୀ ଜଣକ ଏଠି ରହୁଥିବା ଏକ ଘରେ ନିଜ ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକରେ ଖେଳୁଥିଲା ବେଳେ ଫୁଟିଛି ଗୁଳି। ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଜଣକ ଘରୋଇ ଇନ୍ଷ୍ଟିଚ୍ୟୁଟରେ ପଢ଼ୁଥିଲେ। ତେବେ ଆଶିଷ ଆଣିଥିବା ବନ୍ଧୁକ ଛାତ୍ରୀଙ୍କୁ ଦେଖାଇଥିଲା। ହେଲେ ସେ ସମୟରେ ଅକସ୍ମାତ ଗୁଳି ଫୁଟିଯିବାରୁ ଗୋଟିଏ ଗୁଳି ଛାତ୍ରୀଙ୍କ ଜଙ୍ଘରେ ପଶି ବାହାରି ଆର ଗୋଡ଼ରେ ପଶିଯାଇଥିଲା । ତେବେ ପ୍ରାଥମିକ ପର୍ଯ୍ୟାୟରେ ପ୍ରେମ ଜନିତ କାରଣକୁ ନେଇ ଗୁଳି ମାଡ଼ ହୋଇଥିବା ସନ୍ଦେହ କରାଯାଉଥିଲା। କମିଶନେରେଟ୍ ପୁଲିସ ସୋନାଲିଙ୍କ ଚିକିତ୍ସା ପାଇଁ ୨୫୦୦୦ ଟଙ୍କା ସହାୟତା ଦେଇଛି।
ଏପରିକି ଅଭିଯୁକ୍ତ ଆଶିଷ, ନୟାପଲ୍ଲୀ ବୋମାମାଡ଼ ଘଟଣାରେ ପୂର୍ବରୁ ଗିରଫ ହୋଇଥିଲା ବୋଲି କହିଛନ୍ତି ଡିସିପି । ତେବେ ଏଠି ପ୍ରଶ୍ନ ଆଶିଷ ପାଖରେ ବନ୍ଧୁକ ଆସିଲା କୁଆଡୁ ? ବନ୍ଧୁକ ବ୍ୟବହାର କରି ସେ ଆଗକୁ କିଛି ଅପରାଧ ଘଟାଇବା ଯୋଜନାରେ ଥିଲା କି ? ଏମିତିକି ଆଶିଷର ଅପରାଧିକ ପୃଷ୍ଠଭୂମି ନେଇ ଛାତ୍ରୀ ଜଣକ ପୂର୍ବରୁ ଅବଗତ ଥିଲେ ନା ନାହିଁ ? ତାକୁ ନେଇ ଉଠିଛି ପ୍ରଶ୍ନ।