କବିସମ୍ରାଟ ବିଦ୍ୟାପୀଠ କୁଲାଡ଼ ୨୦୦୨ ବ୍ୟାଚ ବନ୍ଧୁ ମିଳନ

ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର କୁଲାଡ ସ୍ଥିତ କବିସମ୍ରାଟ ବିଦ୍ୟାପୀଠ ର ୨୦୦୨ ରେ ଦଶମ ଶ୍ରେଣୀ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବନ୍ଧୁତ୍ବ ଏକ ନିଆରା ଶବ୍ଦଟିଏ କିନ୍ତୁ ମନୁଷ୍ୟ ଆଧୁନିକତା ସଭ୍ୟତା ରେ ବଞ୍ଚିବା ପରେ ମୋବାଇଲ ର ବ୍ୟବହାର ବଢିଯାଇଛି ଆଉ ମଣିଷ ମଧ୍ୟ ଦିନକୁ ଦିନ ବ୍ୟସ୍ତ ବହୁଳତା ମଧ୍ୟରେ ଜୀବନ ଅତିବାହିତ କରୁଛି। ସେଥିମଧ୍ୟରେ ଛୋଟ ବେଳର ସାଙ୍ଗ ସାଥି ଆଉ ସେହି ସମୟ ର ସ୍ମୃତି କୁ ମନେ ପକାଇବା ପାଇଁ ତାର ପାଖରେ ସମୟ ନଥାଏ କିନ୍ତୁ ଏହି ସାମ୍ପ୍ରତିକ ପରିସ୍ଥିତି ରେ ପୁଣି ସମସ୍ତ ପୁରୁଣା ବନ୍ଧୁ ମାନଙ୍କୁ ନେଇ ଉତ୍ସବ ପାଳନ କରିବା ଏକ ପ୍ରଶଂସନୀୟ କାର୍ଯ୍ୟ। ଶିକ୍ଷା ଅଧ୍ୟୟନ କରୁଥିବା ବିଦ୍ୟାଳୟ ରେ ଏକତ୍ରିତ ହେବା ପରେ ସମସ୍ତେ ଚକାପାଦ ବିରୁପାକ୍ଷ ମନ୍ଦିର ଦର୍ଶନ କରି ଏକ ଆଲୋଚନା ଚକ୍ର କରିଥିଲେ । ସ୍କୁଲ ବେଳର କଥା ମନେପକାଇ ଭାବ ବିହ୍ୱଳ ହୋଇଯାଇଥିଲେ ସମସ୍ତେ। ଭୋଜିଭାତ ର ଆୟୋଜନ କରିବା ସହ ନାଚ ଖେଳ କୁଦ କରିଥିଲେ। ମୁଖ୍ୟତଃ ସିଲୁ ନାୟକ, ପୁର୍ଣ୍ଣ ଡାକୁଆ, ସୁକାନ୍ତ ପାଣିଗ୍ରାହୀ, ବାପିନା ବିଶ୍ୱାଳ, ଜିତୁ ସାହୁ, ଦେବଦତ୍ତ ବେହେରା, ଶଶାଙ୍କ ବିଷୋୟୀ, ବାପିଲି ମିଶ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ତୁଲାଇଥିଲେ ।

Leave a Reply

Your email address will not be published. Required fields are marked *