କଳାହାଣ୍ଡି ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ

ଭବାନୀପାଟଣା (ପର୍ଶୁରାମ ସିନ୍ଦୁର, ଓଡ଼ିଶା ଟୁଡ଼େ): କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅବସରରେ ଆଜି ସ୍ଥାନୀୟ ଟାଉନହଲଠାରେ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ପୱାର ସଚିନ ପ୍ରକାଶ ଯୋଗ ଦେଇ ଏହାର ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ କବି ଡ. ବିଧୁପ୍ରଭା ରଥ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ସକିତ ରତେ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, କବି ସମ୍ମିଳନୀ ଉପ ସମିତିର ନୋଡାଲ ଅଧିକାରୀ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ସହକାରୀ ଜିଲ୍ଲାପାଳ ପ୍ରତାପ ମାଝୀ, ସମିତିର ସହ ଅଧ୍ୟକ୍ଷ ସନ୍ତୋଷ କୁମାର ରଥ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ଯୁବକବି ଜୟଦ୍ରଥ ସୁନା, କଳ୍ପନା ରଥ, ବିଶ୍ୱରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କବୟତ୍ରୀ ମଞ୍ଜୁମେଧା ଗୁରୁଙ୍କୁ ମାଟିପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। କବି ସମ୍ମିଳନୀ ଉପ ସମିତିର ଅଧ୍ୟକ୍ଷ ଡ. ତପନ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ଆବାହକ ଡିଲେଶ୍ୱର ରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ କବି ଯାଦବେନ୍ଦ୍ର ସାହା, ସୁମତୀ ମୁଣ୍ଡ, ଲିପ୍ସାମୟୀ ଦୁବେ, ସଞ୍ଜୀବ କୁମାର ପଣ୍ଡା ପ୍ରମୁଖ କବିତା ସଂଯୋଜନା କରିଥିଲେ। କବି ସମ୍ମିଳନୀ ଉପ ସମିତିର ସମସ୍ତ ସଦସ୍ୟ, ସଦସ୍ୟାଙ୍କ ସହିତ ତପନ କୁମାର ସାହୁ, କର୍ଣ୍ଣ ଗହୀର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦୁଇଶହରୁ ଉର୍ଦ୍ଧ୍ଵ କବି ଓ କବୟିତ୍ରୀ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *