ଭଞ୍ଜନଗର: ପାରିବାରିକ କଳହରୁ ବାପାକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ; ପୁଅ ଗିରଫ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଧୀନ ସାମରଡା ଗ୍ରାମର ବୃଦ୍ଧ ବିଶ୍ଵନାଥ ବିଷୋୟୀ (୬୩)ଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ତାଙ୍କ ପୁଅ କାଳିଆ ବିଷୋୟୀକୁ ତାରାସିଙ୍ଗି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗକାରୀ ବିଶ୍ଵନାଥ ବିଷୋୟୀ ଫେବୃଆରୀ ୪ ତାରିଖ ମଙ୍ଗଳବାର ତାରାସିଙ୍ଗି ଥାନାରେ ଦାଖଲ କରିଥିବା ଏତଲା ପ୍ରକାରେ ତାଙ୍କ ପୁଅ କାଳିଆ ବିଷୋୟୀ ସାମାନ୍ୟ ପାରିବାରିକ କଳହରୁ ତାଙ୍କୁ କାମୁଡି ଥିଲା ଏବଂ ତଣ୍ଟି ଚିପି ଜୀବନରେ ମାରିବାକୁ ଉଦ୍ୟମ କରିଥିଲା । ଉକ୍ତ ସମୟରେ ପଡୋଶୀ ମାନେ ପହଞ୍ଚି ବିଶ୍ଵନାଥଙ୍କୁ ପୁଅ କବଳରୁ ବଞ୍ଚାଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ପରେ କାଳିଆ ବିଷୋୟୀ ନାମରେ ତାରାସିଙ୍ଗି ପୋଲିସ କେସ ନଂ ୬୦/୨୫ ରୁଜୁ କରି ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୧୨୬(୨)/୧୧୫(୨)/୧୦୯(୧)/୩୫୧(୩) ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଅଭିଯୁକ୍ତ କାଳିଆ ନାମରେ ପୂର୍ବରୁ ୨ ଟି ଏତଲା ଥାନାରେ ପଞ୍ଜୀକୃତ ହୋଇଛି ।

Leave a Reply

Your email address will not be published. Required fields are marked *