ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଗତ ଦୁଇ ଦିନ ହେଲା ଜଣେ ମହିଳା ରକ୍ତ ପାଇଁ ସଂଘର୍ଷ କରି ନିରାଶ ହୋଇଥିଲେ। ଆଜି ଏସମ୍ପର୍କରେ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ରକ୍ତଦାନ ଭଳି ମହାନ୍ କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜଗନ୍ନାଥ ପ୍ରସାଦ ବ୍ଲକ କୁମୁଣ୍ଡା ଗ୍ରାମର ମନୋରଞ୍ଜନ ମିଶ୍ର, ୫୪ବର୍ଷ। ରକ୍ତ ଅଭାବ କାରଣରୁ ଗତ ୩ଦିନ ହେଲା ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।ଭଞ୍ଜନଗର ରକ୍ତ ଭଣ୍ଡାରରୁ ପ୍ରଥମ ଦିନ ତାଙ୍କୁ ଗୋଟିଏ ୟୁନିଟ ରକ୍ତ ମିଳିଥିବା ବେଳେ ଆହୁରି ରକ୍ତର ଆବଶ୍ୟକତା ଥିଲା।ଫଳରେ ତାଙ୍କ ପତ୍ନୀ ମାନିନୀ ମିଶ୍ର ୨ଦିନ ହେଲା ରକ୍ତ ଯୋଗାଡ଼ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାଇ ନଥିଲେ।କୌଣସି ସୂତ୍ରରୁ ଖବର ପାଇ ମାନିନୀ ସମାଜସେବୀ ଜୟକୃଷ୍ଣ ପଟ୍ଟନାୟକଙ୍କ ସହ ଏବିଷୟରେ ଆଲୋଚନା କରିଥିଲେ।ପୂର୍ବରୁ ରକ୍ତଦାନ ପାଇଁ ଆଗ୍ରହ ପ୍ରକାଶ କରିଥିବା ସାଉଥ ଡ଼ିଏଫଓ ବିନୋଦ ଆଚାର୍ଯ୍ୟଙ୍କୁ ଶ୍ରୀ ପଟ୍ଟନାୟକ ଯୋଗାଯୋଗ କରିବାରୁ ସେ ତୁରନ୍ତ ଆସି ରକ୍ତଦାନ କରିଥିଲେ।ଏହାଦେଖି ମନୋରଞ୍ଜନ ଙ୍କ ପରିବାର ଶ୍ରୀ ଆଚାର୍ଯ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।ପୂର୍ବରୁ ବହୁବାର ଶ୍ରୀ ଆଚାର୍ଯ୍ୟ ରକ୍ତଦାନ କରି ଅନେକ ମୂଲ୍ୟହୀନ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି।ତାଙ୍କର ଏହି ସେବା ମନୋବୃତ୍ତି ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Leave a Reply

Your email address will not be published. Required fields are marked *