ବେଲଗୁଣ୍ଠା: ପ୍ରଦେଶ କିଷାନ କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ସନ୍ତୋଷ କୁମାର ପଟ୍ଟନାୟକ

ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନଗର କଂଗ୍ରେସ କମିଟି ପୂର୍ବତନ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ରାଜ୍ୟ ପ୍ରଦେଶ କିଷାନ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅଧିନ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ତଥା ଏଆଇସିସି ସଦସ୍ୟ ଅମିୟ କୁମାର ପଟ୍ଟନାୟକ ଗତ ଏପ୍ରିଲ ୫ତାରିଖ ଦିନ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏଥି ସହିତ ଶ୍ରୀ ପଟ୍ଟନାୟକଙ୍କୁ ଗଜପତି ଓ କନ୍ଧମାଳ ଜିଲ୍ଲାର ସ୍ୱତନ୍ତ୍ର ଦାୟିତ୍ୱ ମଧ୍ୟ ଦିଆଯାଇଛି । ସନ୍ତୋଷଙ୍କୁ ପ୍ରଦେଶ କିଷାନ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ରି ମିଳିବା ପରେ ସ୍ଥାନୀୟ ଅଞ୍ଚଳର କଂଗ୍ରେସ ପ୍ରେମୀ ତାଙ୍କ ଶୁଭେଛୁଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଜିଲ୍ଲାର ବହୁ କଂଗ୍ରେସ ପ୍ରେମୀ ଓ ବହୁ ଶୁଭେଛୁ ନୂତନ ପ୍ରଦେଶ କିଷାନ କଂଗ୍ରେସ ସାଧାରଣ ସମ୍ପାଦକଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସେ ସବୁ ସ୍ତରରେ ଲଢ଼େଇ କରିବେ ବୋଲି ନୂତନ ପ୍ରଦେଶ କିଷାନ କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ ପଟ୍ଟନାୟକ କହିବା ସହ ଗଜପତି ଓ କନ୍ଧମାଳ ଜିଲ୍ଲାରେ ସବୁଠାରୁ ଅଧିକ କୃଷକ ଶୋଷଣର ଶିକାର ହେଉଥିବା ବେଳେ ଏହାର ପ୍ରତିକାର ପାଇଁ ସେ ଯଥା ସମ୍ଭବ ଉଦ୍ୟମ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *