ଭଞ୍ଜନଗର : ଡି ଏଫ୍ ଓ, ଆରଟିଓଙ୍କ ଘରେ ଫୁଟିଲା ବ୍ରହ୍ମ କମଳ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଭଞ୍ଜନଗରସ୍ଥିତ ସରକାରୀ ବାସଭବନରେ ଶନିବାର ରାତିରେ ଗୋଟିଏ ଗଛରେ ୪ଟି ବ୍ରହ୍ମ କମଳ ଫୁଲ ଫୁଟିଥିଲା। ଡିଏଫଓ ଆଚାର୍ଯ୍ୟ ଫୁଲ ତୋଳି ମନ୍ଦିରରେ ଦେଇଛନ୍ତି। ଏଥିସହ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଙ୍କ ବାସଭବନରେ ମଧ୍ଯ ଆଜି ୭ ଟି ବ୍ରହ୍ମ କମଳ ଫୁଲ ଫୁଟିଛି। ସେହିଭଳି ବାହାଡ଼ାପଦରର ମୋତିଲାଲ ବିଶୋଇଙ୍କ ଘରେ ଗୋଟିଏ ଗଛରେ ୯ଟି ବ୍ରହ୍ମକମଳ ଫୁଲ ଫୁଟିଛି। ଆଧ୍ୟାତ୍ମିକ ବିଶ୍ୱାସ ଅନୁଯାୟୀ ବ୍ରହ୍ମକମଳ ଫୁଲ ଫୁଟିଲେ ଖରାପ ଆତ୍ମାର ବିନାଶ ଘଟିବା ସହ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ।ବ୍ରହ୍ମକମଳ ଫୁଲ ହେଉଛି ଏକ ଅବିସ୍ମରଣୀୟ ପ୍ରଜାତିର ଫୁଲ। ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ଜ୍ଞାନର ଦେବୀ ସରସ୍ବତୀ ବ୍ରହ୍ମକମଳ ଫୁଲରେ ବିରାଜମାନ କରନ୍ତି । ଧଳା ରଙ୍ଗର ଉକ୍ତ ଫୁଲ ବିରଳ ଓ ଦୁର୍ଲଭ । ଉକ୍ତ ଫୁଲ ଭଗବାନ ଶିବଙ୍କୁ ଅର୍ପଣ କଲେ ଆଶୀର୍ବାଦ ମିଳିଥାଏ। ବ୍ରହ୍ମକମଳ ହେଉଛି ଏକ ଦୁର୍ଲଭ ପୌରାଣିକ ଫୁଲ ଗଛ । ଉକ୍ତ ଫୁଲ ସୂର୍ଯ୍ୟାସ୍ତ ପରେ ଫୁଟିଥାଏ ।ପୂର୍ଣ୍ଣ ପ୍ରସ୍ଫୁଟିତ ହେବାକୁ ଏହା ପ୍ରାୟ ଦୁଇ ଘଣ୍ଟା ଲାଗିଥାଏ। ଫୁଲର ବ୍ୟାସ ପାଖାପାଖି ୮ ଇଞ୍ଚ ହେବ । ରାତିସାରା ଏହାର ପାଖୁଡା ଖୋଲା ରହିଥାଏ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାମ ଅନୁଯାୟୀ ଏହାର ନାମକରଣ ହୋଇଛି। ବର୍ଷର ଏହି ସମୟରେ ବ୍ରହ୍ମକମଳ ଫୁଟିଥାଏ । ବ୍ରହ୍ମକମଳ ଫୁଲ ଅନେକ ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ ।

Leave a Reply

Your email address will not be published. Required fields are marked *