ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ

ଭଞ୍ଜନଗର :-୧୩/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ସ୍ଥାନୀୟ ଚକାଡୋଳା ସଭାମଣ୍ଡପ ଠାରେ ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ସଭାପତି ରୋଟାରୀୟାନ ବସନ୍ତ କୁମାର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥିଭାବେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଳା ସଭାପତି ୨୦୨୬-୨୭ରୋଟାରୀୟାନ ଅନିଲ କୁମାର ସାମଲ, ଭାରତୀୟ ପ୍ରଶାସନିକ ସେବା, ନଗରପlଳ ଗୋପବନ୍ଧୁ ମହାପାତ୍ର, ଜୋନାଲ ଚେୟାର ରଂଜିତ ପାଢ଼ୀ, ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରୀୟାନ ପ୍ରବୀର କୁମାର ପୃଷ୍ଟି, ସଭାପତି ୨୦୨୫-୨୬ ରଂଜିତ କୁମାର ବାରିକ, ସମ୍ପାଦକ ବିଶ୍ୱଜିତ ପୃଷ୍ଟି, ସମ୍ପାଦକ ୨୦୨୫ -୨୬ ଏସ. ଗୁପ୍ତେଶ୍ୱର ସୁବୁଦ୍ଧି ଓ କାର୍ଯ୍ୟକ୍ରମ ଅଧକ୍ଷ ରୋଟାରୀୟାନ ରାମଚନ୍ଦ୍ର ମିଶ୍ର ମଂଚାସୀନ ହୋଇ ରୋଟାରୀ କ୍ଳବ ତରଫରୁ ରକ୍ତଦାନ, ଗରିବ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ, ଲୁଗା, ଶୀତଲୁଗା, ମେଡିକାଲ ସେବା, ବନ ମହୋତ୍ସବ, ପରିବେଶ ସଚେତନତା, ବିଭିନ୍ନ ଜୟନ୍ତୀ ପାଳନ ସହ ଗରିବ ଛାତ୍ରଛାତ୍ରୀଙ୍କୁ ସହାୟତା କରି ପ୍ରଶଂସିତ ହେଉଥିବା କହିଥିଲେ l କାର୍ଯ୍ୟକ୍ରମରେ ଫୁଲବାଣୀ, ନୟାଗଡ଼, ବ୍ରହ୍ମପୁର ରୋଟାରୀ କ୍ଲବର ବହୁ ରୋଟାରୀୟାନ ଉପସ୍ଥିତ ରହିଥିବା ଏବଂ ସେମାନଙ୍କୁ ମଂଚାସୀନ ଅତିଥିମlନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଏହିଅବସରରେ ସଭାପତି ବସନ୍ତ କୁମାର ପାତ୍ର ଓ ସମ୍ପାଦକ ବିଶ୍ୱଜିତ ପୃଷ୍ଟି ଚଳିତ ବର୍ଷର ସଭାପତି ରୋଟାରୀୟାନ ରଂଜିତ କୁମାର ବାରିକ ଓ ସମ୍ପାଦକ ଏସ. ଗୁପ୍ତେଶ୍ୱର ସୁବୁଦ୍ଧିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ l ନବାଗତ ବନ୍ଧୁ ମାନଙ୍କୁ ଜିଲ୍ଳା ସଭାପତି ୨୦୨୬-୨୭ ରୋଟାରୀ ପିନ ସହ ସ୍ୱାଗତ କରାଯାଇଥିଲା l ପ୍ରାରମ୍ଭରେ ଖୁସି ମାଡାମଙ୍କ ଦ୍ୱାରା ପ୍ରାରମ୍ଭିକ ଜଣାଣ ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯିବା ପରେ ଦଳଗତ ପ୍ରାରମ୍ଭିକସଂଗୀତ ଗାନ କରାଯାଇଥିଲା l

ରୋଟାରୀୟାନ ସନ୍ତୋଷ କୁମାର ଜେନା ଅତିଥିପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ରୋଟାରୀୟାନ ଶ୍ରୀରାମ ପ୍ରସାଦ ପାଳ ସଂଯୋଜନା ସହ ପରିଚାଳନା କରିଥିଲେ l ବିଦାୟୀ ସଭାପତିଙ୍କ ଦ୍ୱାରା ଉଲ୍ଲେଖନୀୟ ଅବଦାନ ପାଇଁ ଦଶ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀୟାନ ପ୍ରଦ୍ୟୁମ୍ନ କୁମାର ମଳିକ, ସୁଧୀର କୁମାର ପାଣିଗ୍ରାହୀ, ରବୀନ୍ଦ୍ର କୁମାର ପାଣିଗ୍ରାହୀ, ସନତ କୁମାର ସୁବୁଦ୍ଧି, ବିଚିତ୍ର କୁମାର ପାଣିଗ୍ରାହୀ, ଦିଲ୍ଲୀପ ରାଜୁ, ସୁଶାନ୍ତ କୁମାର ବେହେରା, ଶ୍ରୀନିବାସ ସୁବୁଦ୍ଧି, ସୁମନ କୁମାର ପୃଷ୍ଟି, ପ୍ରଶାନ୍ତ କୁମାର ସାହୁ,ପବିତ୍ର କୁମାର ପ୍ରଧାନ, ମଧୁସୂଦନ ମହାପାତ୍ର ପ୍ରମୁଖ ସମ୍ପୂର୍ଣ୍ଣ ପରିଚାଳନା ସହ ସହଯୋଗ କରିଥିଲେ l ବାହାଡାପଦର ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ପ୍ରଥାରେ ସ୍ୱାଗତ କରାଯାଇଥିଲା l ରୋଟାରୀୟାନ ଶ୍ରୀରାମ ପ୍ରସାଦ ପାଳ ଭାଗ୍ୟଶାଳୀ ପୁରସ୍କାର କାର୍ଯ୍ୟକ୍ରମ ପରିଚାଳନା କରି ଅତିଥି ମାନଙ୍କ ଦ୍ୱାରା ଉପହାର ପ୍ରଦାନ କରାଯାଇଥିଲା l “ବିପଦର ବନ୍ଧୁ “ସଂଗଠନର ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ lଶେଷରେ ସମ୍ପାଦକ ରୋଟାରୀୟାନ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ପlଞ୍ଚଶହରୁ ଊର୍ଧ ବୁଦ୍ଧିଜୀବୀ, ରୋଟାରୀ ପରିବାର ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *