ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟରେ ବଳଙ୍ଗା ପିଡିତାଙ୍କୁ ନିଆଗଲା ଏମ୍ସ ନୂଆଦିଲ୍ଲୀ

ଭୁବନେଶ୍ବର: ଅଧିକ ତଥା ଭଲ ଚିକିତ୍ସା କରିବା ପାଇଁ ଆଜି ବଳଙ୍ଗା ପିଡିତାଙ୍କୁ ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କୁ ୟାର ଲିଫ୍ଟ ଦ୍ବାରା ନୂଆଦିଲ୍ଲୀ ଏମ୍ସକୁ ନିଆଯାଇଛି। ସେଠାରେ ତାଙ୍କର ଭଲ ଚିକିତ୍ସା ହୋଇପାରିବ ବୋଲି ଏମ୍ସ ଭୁବନେଶ୍ବର କର୍ତ୍ତୁପକ୍ଷ ଆଶା କରିଛନ୍ତି। ସେଥିପାଇଁ ଆଜି ସକାଳୁ ଏୟାର ଲିଫ୍ଟ ନେଇ ପ୍ରସ୍ତୁତି କରାଯାଇଥିଲା। ପୋଲିସ ସହାୟତାରେ ଗ୍ରୀନ କରିଡୋର କରି ପିଡିତାଙ୍କୁ ଏମ୍ସରୁ ଏୟାରପୋର୍ଟ ନିଆଯାଇଥିଲା। ସେଠାରୁ ଦିଲ୍ଲୀ ନିଆଯାଇଛି।ଏ ନେଇ ଏମ୍ସ ଭୁବନେଶ୍ବର କର୍ତ୍ତପକ୍ଷଙ୍କ କହିବା କଥା ଯେ, ପିଡିତାଙ୍କ ଶରୀର 70 ଭାଗ ପୋଡିଯାଇଛି। ସେ ଏମ୍ସରେ ଭର୍ତ୍ତି ବେଳେ ଅବସ୍ଥା ଗୁରୁତର ଥିଲା। ରାତିରେ ସାମାନ୍ୟ ସୁଧାର ଆସିଥିଲା। ଆଜି ସକାଳୁ ମଧ୍ୟ ପରିସ୍ଥିତି ଭଲ ଥିବାରୁ ଏୟାର ଲିଫ୍ଟ ପାଇଁ ନିଷ୍ପତି କରାଯାଇଥିଲା। ଏହି ଏୟାର ଲିଫ୍ଟ ସମୟରେ କଂଗ୍ରେସ ଏବଂ ବିଜେଡି ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *