ବହଳଦା ବ୍ଲକ ସ୍ତରୀୟ କର୍ମୀ ବୈଠକ

ରାଇରଙ୍ଗପୁର( ଶ୍ୟାମଳେନ୍ଦୁ ପରିଡ଼ା): ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ସ୍ତରୀୟ କର୍ମୀ ବୈଠକ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ଆନୁକୂଲ୍ଯରେ ବହଳଦା ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ଅଖିଳ ଭାରତୀୟ କଂଗ୍ରେସ କମିଟୀ ଯୁଗ୍ମ ସମ୍ପାଦକ ତଥା ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ଯବେକ୍ଷକ ନିତିନ କମ୍ବଲକର ଓ ସମ୍ମାନିତ ଅତିଥି ରୂପେ ପ୍ରଦେଶ କଂଗ୍ରେସ କମିଟୀ ପର୍ଯ୍ଯବେକ୍ଷକ ବନମାଳୀ ଦାସ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ସଂଗଠନ ସୂଜନ ଅଭିଯାନ ଆରମ୍ଭ କରାଯାଇଥିଲା l ମୁଖ୍ଯ ଅତିଥି କହିବା ଅନୁଯାୟୀ ସେ ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ଯେକ ବ୍ଲକକୁ ଯାଇ କଂଗ୍ରେସ କର୍ମୀମାନଙ୍କୁ ଭେଟି , ଆଗାମୀ ଦିନରେ କିଏ ଜିଲ୍ଲା ଅଧ୍ଯକ୍ଷ ହେବ, ସେ ସଂପର୍କରେ ଅଖିଳ ଭାରତୀୟ କଂଗ୍ରେସ କମିଟୀ କୁ ଜଣାଇବେ l ଉକ୍ତ ବୈଠକରେ ଜିଲ୍ଲା ସଂଯୋଜକ ଭୂବନ ବିହାରୀ ସାହୁଙ୍କ ସମେତ ବରିଷ୍ଠ କଂଗ୍ରେସ କର୍ମୀ ଶ୍ଯାମଚରଣ ହାଁସଦାଃ, ଲକ୍ଷ୍ମଣ ମାଝୀ, ପ୍ରଫୁଲ୍ଲ ସାହୁ, ହରିଚରଣ ସାହୁ, ସବ୍ଯସାଚି ଖୁଣ୍ଟିଆ, ଜଗେନ୍ଦ୍ର ବାନରା, ପ୍ରହଲ୍ଲାଦ ପୂର୍ତ୍ତୀ, ବସନ୍ତ ପଟ୍ଟନାୟକ, ଯୁବ ନେତା ରୂପକ ମହାନ୍ତି, ଭଜହରି ମହାନ୍ତ, ଛୋଟରାୟ ମୁର୍ମୁ, ରଜତ ମହାନ୍ତି, ପିଥ ମୁର୍ମୁ, ରାହୁଳ ମହାନ୍ତି, ଦେହାଶିଷ ପାତ୍ର ତଥା ଅନ୍ଯାନ୍ଯ ନେତୁମଣ୍ଡଳୀୟ ବ୍ଯକ୍ତି ଆନନ୍ଦ ମାର୍ଣ୍ଡି, ଦିରୁ ହାଁସଦାଃ, ରାଜେଶ କୁମାର ମହାନ୍ତ, ରୋହିତ ସୋରେନ ଓ ଦୀପକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ଏହାପରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ତ ମହୁଲଡିଁହାଁ ଠାରେ ରାଇରଙ୍ଗପୁର ପୌରପାଳିକା ସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମଧ୍ଯ ସଂଗଠନ ସୂଜନ ଅଭିଯାନ ଆରମ୍ଭ ହୋଇଥିଲା l