ପୁରୀରେ ପରିବା ବ୍ୟବସାୟୀଙ୍କୁ ଛୁରାମାଡ

ପୁରୀ (ବଳରାମ ତ୍ରିପାଠୀ, ଓଡ଼ିଶା ଟୁଡେ ): ପୁରୀ ରେ ପୁଣିଥରେ ଅପରାଧୀ ମାନେ କାୟାବିସ୍ତାର କରିବା ଆରମ୍ଭ କଲେଣି। ପୁରୀ ଏସିପି ଙ୍କ ଆହ୍ୱାନ କ୍ରମେ ଯୋଉ ଅପରେସନ “ଚକ୍ର” ଆରମ୍ଭ ହୋଇଥିଲା ଏହା ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି। ସୂଚନା ଅନୁଯାଇ ମାର୍କେଟ ଛକ ନିକଟ ଜଗନ୍ନାଥ ବଲ୍ଲଭ ଠାରେ ଜଣେ ପାରିବ ବ୍ୟବସାୟୀ ଙ୍କୁ ୩ ଜଣ ଦୁର୍ବୁତ୍ତ ବାମ ହାତକୁ ଲୁହ ଛଡ଼ ରେ ଅତର୍କିତ ଭାବେ ଆକ୍ରମଣ କରି କୁଆଡେ ଫେରାର ହୋଇଯାଇଥିଲେ। ଆକ୍ରମଣର ଶିକାର ପରିବା ବ୍ୟବସାୟୀ ଜଣକ ଚୁଡଙ୍ଗ ସାହି ମଧୁବନ ଅଞ୍ଚଳର ସୁକାନ୍ତ କୁମାର ଦାସ ୩୭। ରାତି ତମାମ ୧୦ ଟା ବେଳେ ସୁକାନ୍ତ ଜଗନ୍ନାଥବଲ୍ଳଭ ପାର୍କିଙ୍ଗ ୟାର୍ଡ଼ ରେ ବୁଲୁଥିବା ବେଳେ କିଛି ଦୁର୍ବୁତ୍ତ ଜଣେ ଉଠାଦୋକାନୀଙ୍କ ଦୋକାନ ଭାଙ୍ଗିବା ସମୟର ପରିବା ବ୍ୟବସାୟୀ ସୁକାନ୍ତ ବିରୋଧ କରିବାରୁ ତିନିଜଣ ଦୁର୍ବୁତ୍ତ ସୁକାନ୍ତଙ୍କ ବାମ ହାତକୁ ଲୁହା ଛଡ଼ ରେ ଆକ୍ରମଣ କରି ସୁଶାନ୍ତଙ୍କୁ ରକ୍ତାକ୍ତ କରିବା ସହିତ ଯଦି ପୋଲିସ ପାଖକୁ ଯିବୁ ଜୀବନରୁ ମାରିବା ପାଁଈ ଧମକ ମଧ୍ୟ ଦେଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଜଣଙ୍କୁ ସନ୍ଦେହରେ ଥାନାକୁ ଉଠାଇ ଆଣିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।।