ସମୃଦ୍ଧ ଓଡ଼ିଶା କନ୍‌କ୍ଲେଭ୍‌ ;ୟୁସିସିଆଇଏଲ ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଚାମ୍ୱର୍‌ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (UCCIL) ପକ୍ଷରୁ ଅନୁଷ୍ଠିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି, ଯାହା ଓଡିଶାର ଦଶା ଓ ଦିଶାକୁ ନିଶ୍ଚିତ ଭାବରେ ପରିବର୍ତ୍ତନ କରିବ।ଏହି ଅବସରରେ ସମୃଦ୍ଧ ଓଡ଼ିଶାର ରୋଡମ୍ୟାପ୍ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ଅର୍ଥନୀତି ବର୍ତ୍ତମାନ ପ୍ରାୟ ୧୨୦ ବିଲିୟନ ଡଲାର ରହିଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର କରିବାକୁ ହେଲେ, ଆମକୁ ଆସନ୍ତା ୧୦-୧୧ ବର୍ଷ ଭିତରେ ପ୍ରାୟ ୫ ଗୁଣ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏଥିପାଇଁ ଆମେ ଭିତ୍ତିଭୂମି, ଶିଳ୍ପ ଓ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ ଉପରେ ଫୋକସ୍ କରିଛୁ। ଆପଣମାନେ ଜାଣନ୍ତି, ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇ ୮୪ ଟି ଶିଳ୍ପର ଶିଳାନ୍ୟାସ ହୋଇଛି ଏବଂ ଏହାଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ କରାଯାଇପାରିଛି ।