
ସୋରଡ଼ା ୨୮/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିନ ଖାରୀଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ରାଇବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ଉପକରଣ କାର୍ମଶାଳା (୨୦୨୫-୨୬) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ମଶାଳାରେ କ୍ଲଷ୍ଟରର ଚାକୁଣ୍ଡା, ସୁରେଖାଦେଇପୁର ଆଦି ବିଦ୍ୟାଳୟର ଶିକ୍ଷକଗଣ ଅଂଶଗ୍ରହଣ କରି ସହଜ ଶିକ୍ଷା ନେଇ ବିଭିନ୍ନ ଉପକରଣ ପ୍ରସ୍ତୁତି ଶୈଳୀକୁ ଉଦଘାଟନ କରିଥିଲେ lଏହି ଉଦ୍ଘାଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ, ସମ୍ମାନିତ ଅତିଥି ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ ସହକାରୀ ଗୋଷ୍ଟି ଶିକ୍ଷା ଅଧିକାରୀ ବିଜୟ କୁମାର ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ବିଧାୟକଙ୍କ ଶିକ୍ଷା ବିଭାଗ ପ୍ରତିନିଧି ତଥା ଏନ ଏ ସି କାଉନସିଲର ରଜନୀ କାନ୍ତ ମହାପାତ୍ର, ଜିଲ୍ଲା ପରିଷଦ ସମରେନ୍ଦ୍ର କୁମାର ସାହୁ ଆଦି ଯୋଗଦେଇଥିଲେ।ଏହି କ୍ଲସ୍ତରର ସି ଆର ସି ସି ସନ୍ତୋଷ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଓ ମୁଖ୍ୟ ବକ୍ତା ତାଙ୍କର ଅଭିଭାଷଣ ମାଧ୍ୟମରେ କୋମଳମତି ଶିଶୁଙ୍କ ଭାଷା ଓ ଗଣିତ ତଥା ଜ୍ଞାନର ଅଭିବୃଦ୍ଧି ପାଇଁ ଏହି କାର୍ମଶାଳା ବେଶ ଉପାଦେୟ ଓ ପ୍ରାଧାନ୍ୟ ତଥା ମା ମାନଙ୍କ ସମ୍ପର୍କରେ କହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏବଂ ଶିକ୍ଷା ପ୍ରତିନିଧି ଶ୍ରୀ ମହାପାତ୍ର ସରକାର ବିଦ୍ୟାଳୟରେ ବିଭିନ୍ନ ପ୍ରକାର କୌଶଳ ଓ ଶିକ୍ଷା ପାଇଁ ପାଣି ଭଳି ଅର୍ଥ କରୁଥିବା ବେଳେ ଜନସାଧାରଣ ବା ଗ୍ରାମବାସୀ ଶିକ୍ଷକଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ନ କରି ନିଜେ ପରଖିବା ସହିତ ବିଦ୍ୟାଳୟ ବ୍ୟବସ୍ଥା ଅନୁଧ୍ୟାନ କଲେ ଶିକ୍ଷା ବ୍ୟବସ୍ଥାର ଉର୍ଣ୍ଣିତ ହେବ ବୋଲି କହିଛନ୍ତି।ସେହିପରି ଜିଲ୍ଲା ପରିଷଦ ବିଦ୍ୟାଳୟର ପରିପାଟି ଓ କୋଠାଦେଖି ଅତିଥିମାନେ କ୍ଷ୍ୟୁବ୍ଧ ଥିବା ବେଳେ ସ୍ଥାନୀୟ ସରପଞ୍ ଙ୍କ ପ୍ରଚେଷ୍ଟାରେ ବିଧାୟକଙ୍କ ବଳିଷ୍ଠ ପଦକ୍ଷେପ ହେତୁ ନୂତନ ରୂପ ପାଇବା ନେଇ ଆଶା ରଖିଛନ୍ତି।କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସି ଆର ସି ସି ଓ ସାମ୍ବାଦିକ ତଥା ଜନ ପ୍ରତିନିଧିଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି ।ଏବଂ ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ କୌଶଳ ଅପଣାଇ ଭଲ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। ଏହି କ୍ଲଷ୍ଟରର ସି ଆର ସି ସି ସନ୍ତୋଷ ମହାନ୍ତି ଏହି ସମସ୍ତ୍ କାର୍ଯ୍ୟକୁ ପରିଚାଳନା କରିଥିଲେ।ପରିଶେଷରେ କୁନି କୁନି ପିଲାଙ୍କ ଦ୍ଵାରା ଜଗନ୍ନାଥ ସଂସ୍କୃତିକୁ ନେଇ ଛାତ୍ର ଛାତ୍ରୀଙ୍କ ଭିତରେ ନାଚ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ଭଳି ଭିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ତାଙ୍କୁ ପୁରସ୍କୃତ କରାଯାଇଥିଲା ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।