ମହାଶିବରାତ୍ରି ପାଇଁ ବାଲୁଙ୍କେଶ୍ୱର ପିଠରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିପଦର:-୩୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦରରେ ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପିଠରେ ଚଳିତ ବର୍ଷ ମହଶିବରାତ୍ରି ପାଳନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମନରେ ଉତ୍ସୁକତା ସ୍ରୁଷ୍ଟି ହୋଇ ପ୍ରତିବର୍ଷ ଭଳି ଚଳିତବର୍ଷ କମିଟି ସଦସ୍ଯ ମାନଙ୍କ ଗହଣରେ ଜି. ଅଭୟ ପାତ୍ରଙ୍କ ପୌରହିତ୍ଯରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ, ତ୍ରିନାଥ ସାସମଲ, ହର ପ୍ରସାଦ ଦାସ, କୈଳସ ଚନ୍ଦ୍ର ପ୍ରଧାନ, କାଳି ଚରଣ ବିଷୋୟୀ, କେ. ମନୋଜ କୁମାର ଆଚାରୀ, ରଙ୍କ ନିଧି ପଲାଇ, ଜି. ସଞ୍ଜିବ କୁମାର ପାତ୍ର, କେ. ସିମାଞ୍ଚଳ ପାତ୍ର,ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ଦେବନାଥ ରଣା, ପୁଜକ ଅଭିରାମ ବଡୁ, ଧର୍ମରାଜ ପାତ୍ର, କେ.ରାଘବ ଚରଣ ପାତ୍ର ପ୍ରମୁଖ ଯୋଗଦେଇ ନାମଯଜ୍ଞ, ଘ୍ରୁତଯଜ୍ଞର ପ୍ରସ୍ତୁତି ସହ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ଓ ପ୍ରସାଦ ସେବନ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷର ମହାଶିବରାତ୍ରି ୧୫ ତାରିଖରେ ହେଉ ଥିବାରୁ ବାଲିପଦରର ସମସ୍ତ ଶୈବପୀଠରେ ପ୍ରସ୍ତୁତି ଚାଲିଛି।