
ଚୌଦ୍ୱାର (ଶିବବ୍ରତ ଦାସ )ଦେଖାଗଲା ବଡ଼ ବଡ଼ ବ୍ୟାନର, ଶୁଣାଗଲା ବଡ଼ ବଡ଼ ଘୋଷଣା… କିନ୍ତୁ ଯେତେବେଳେ ଭୂମିସ୍ତରକୁ ଆସିଲୁ, ସତ୍ୟ ହେଉଛି! “ମିଶନ ଶକ୍ତି କେଫ୍” ଉପରେ ତାଲା ଲାଗିଛି! ଏହା କେବଳ ଗୋଟେ ବନ୍ଦ ଘର ନୁହେଁ, ଏହା ହେଉଛି ଜନତାଙ୍କ ଆଶା ଉପରେ ପଡ଼ିଥିବା ତାଲା। କେଉଁଆଡେ ଗଲା ସେହି ଟଙ୍କା, ଯାହା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଲା?
କାହିଁକି ଖୋଲୁନାହିଁ ଏହି କେଫ୍?
କିଏ ସେ “ପାୱରଫୁଲ୍ ହାତ”, ଯାହା ଏହାକୁ ଜଣାଶୁଣା ଭାବେ ବନ୍ଦ ରଖିଛି?
ସ୍ଥାନୀୟ ଲୋକଙ୍କ କହିବା କଥା
“ଏହା ଆମ ପାଇଁ ତିଆରି ହୋଇଥିଲା, କିନ୍ତୁ ଆମେ ତାହାର ଲାଭ ପାଉନାହୁଁ। କେହି ନା କେହି ଏହାକୁ ନିଜ ସ୍ୱାର୍ଥ ପାଇଁ ଅଟକାଇ ରଖିଛନ୍ତି।” ଘଟଣାସ୍ଥଳର ଅବସ୍ଥା ଆହୁରି ବଡ଼ ପ୍ରଶ୍ନ ଉଠାଉଛି
ଖସିପଡ଼ୁଥିବା ଦିବାର, ଅବହେଳିତ ପରିବେଶ… ସ୍ପଷ୍ଟ କରୁଛି ଯେ ଏହି ପ୍ରକଳ୍ପ ଦିନକୁ ଦିନ ଧ୍ୱଂସ ଦିଗକୁ ଯାଉଛି। ଏହା ସାଧାରଣ ଅବ୍ୟବସ୍ଥା ନୁହେଁ, ଏହା ହେଉଛି ପ୍ରଣାଳୀର ବିଫଳତା। ଏହା ହେଉଛି ଦାୟିତ୍ୱହୀନତା ଏବଂ ସମ୍ଭବତଃ ଏକ ବଡ଼ ଘୋଟାଲାର ସଙ୍କେତ
ସବୁଠାରୁ ଗୁରୁତର ଅଭିଯୋଗ,
ଏକ ପ୍ରଭାବଶାଳୀ ବାହୁବଳୀ ଏହି ପ୍ରକଳ୍ପକୁ ନିଜ କବଜାରେ ରଖିଛନ୍ତି, ଯାହା ଫଳରେ ସାଧାରଣ ଲୋକଙ୍କୁ ଏହାର ସୁବିଧା ମିଳୁନାହିଁ।
ଯଦି ଏହା ସତ୍ୟ…
ତେବେ ପ୍ରଶ୍ନ ଉଠେ—ପ୍ରଶାସନ କାହିଁକି ଚୁପ୍? କିଏ ଦେଉଛି ସେହି “ସୁରକ୍ଷା ଛତା”? ଯଦି ଶୀଘ୍ର କାର୍ଯ୍ୟନୁଷ୍ଠାନ ନ ହୁଏ, ତେବେ ଏହା ବଡ଼ ଆନ୍ଦୋଳନର ରୂପ ନେଇପାରେ। “ମିଶନ ଶକ୍ତି” ନାମରେ ଯଦି କେବଳ ବୋର୍ଡ୍ ଲାଗିବ ଓ ତାଲା ପଡ଼ି ରହିବ
ତେବେ ଏହା ଯୋଜନା ନୁହେଁ
ଏହା ହେଉଛି ଜନତାଙ୍କ ଟଙ୍କା ସହିତ ସରଳ ଧୋଖା!