
ଫୁଲବାଣୀ -୨୯/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ ୱା. ବି ଖୁରାନିଆ ହେଲିକlପ୍ଟରେ ଯୋଗେ ଭୁବନେଶ୍ୱର ରୁ ଆସି ଦିନ ୧୦ଘଣ୍ଟିକା ସମୟରେ ମାଦିକୁନ୍ଦା ଛକ ସ୍ଥିତ ରିଜର୍ଭ ପୋଲିସ ପଡିଆ ରେ ଅବତରଣ କରିଥିଲେ l ସେଠାରେ ତାଙ୍କୁ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, କନ୍ଧମାଳ ଏସପି ହରିଶ ବିଶି, ପ୍ରମୁଖ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ । ଡିଜିପି ଖୁରାନିଆ ଙ୍କ ସମେତ ଏଡିଜିପି ସଂଜୀବ ପଣ୍ଡା, ଡିଆଇଜି ଅଖିଳେଶ୍ୱର ସିଂ ପ୍ରମୁଖ ଆସିଛନ୍ତି l ସେଠାରୁ ପୋଲିସ ରିଜର୍ଭ ଠାରେ ଏକ ଇଣ୍ଡୋର ସ୍ପୋର୍ଟ୍ସ କଂପ୍ଲେକ୍ସ କୁ ଉଦଘାଟିତ କରିଛନ୍ତି l ପରେ
ପରେ ଏସଓଜି, ଡିଭିଏଫ, ସିଆରପିଏଫ ଯବାନ ମାନଙ୍କ ସହିତ ଏକ ଆଲୋଚନା ରେ ଭାଗ ନେଇଥିଲେ । ଯବାନ ମାନେ ଦିନ ରାତି ଏକ କରି କମ୍ବୀଙ୍ଗ ଅପରେସନ ରେ ସାମିଲ ହେବ ସହ ମାଓବାଦି ଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ବାଧ୍ୟ କରାଇବା ସହ ଦୁର୍ଦ୍ଦାନ୍ତ ମାଓ ନେତା ଗଣେଶ ଓ ତାଙ୍କ ସହଯୋଗୀ ମାନଙ୍କୁ ଏନକାଉଣ୍ଟର କରିଥିଲେ l କନ୍ଧମାଳ ଜିଲାରେ ଗାତ କିଛି ମାସ ହେଲା ମାଓ ମୁକ୍ତ କରିବାକୁ ସର୍ଚ୍ଚ ଅପରେଶନ କରାଯାଉଛି l ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଭୟଭୀତ ହୋଇ ୭୭ ଜଣ ମାଓ ଓଡିଶା ପୋଲିସ ପାଖରେ ଓ ୨୩ ଜଣ ଓଡିଶା ରୁ ଯାଇ ଛତ୍ତିଶଗଡ଼ ଠାରେ ଆତ୍ମ ସମର୍ପଣ କରିଛନ୍ତି l ୨୭ ଜଣ ମାଓବାଦି ଙ୍କ କମ୍ବିଂ ବେଳେ ପୋଲିସ ଗୁଳିରେ ମୃତ୍ୟୁ ହୋଇଛି l ଏବେ ଗୋଟଏ ହାତ ଗଣତି ୫/୭ଜଣ ଙ୍କୁ ନେଇ ଛୋଟ ମାଓ ଗ୍ରୁପ ରହିଛନ୍ତି ତାଙ୍କୁ ମଧ୍ୟ ତୁରନ୍ତ ପୋଲିସ୍ ନିକଟ ରେ ଆତ୍ମସମର୍ପଣ କରିବାକୁ ଡି ଜି ପି ଖୁରାନିଆ ଅନୁରୋଧ କରିଛନ୍ତି lରବିବାର ପୋଲିସ ରିଜର୍ଭ ପଡିଆ ଠାରେ ଏହି ଅପରେସନ ରେ ଯେଉଁ ମାନେ ଏସଓଜି ଡି ବି ଏ ଫ୍ ଏବଂ ବି ଏସ୍ ଏ ଫ୍, ଯବlନ ମାନେ ସାହସିକତା ଦେଖାଇଛନ୍ତି ତାଙ୍କୁ ଉତ୍ସାହିତ କରିଛନ୍ତି ପୋଲିସ ନିର୍ଦେଶକଙ୍କ ୱାଇ ବି. ଖୁରାନିୟl ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ଡିଆଇଜି ନୀତି ଶେଖର,୧୩୬ ବାଟାଲିଆନ କାମାଣ୍ଡେଣ୍ଟ ମାନସ ରଞ୍ଜନ ପଣ୍ଡା, ୨୧ସି ବିଏସ ଏଫ ୧୧୬ଅଜୟ କୁମାର, ଆଇଜିପି ଦୀପକ କୁମାର ଓ କନ୍ଧମାଳ ଏସପି ହରିଶ ବିଶି ପ୍ରମୁଖ ଉପସ୍ଥିତ ଥିଲେ l