
ଚୌଦ୍ୱାର (ଶିବବ୍ରତ ଦାସ ) : ଚୌଦ୍ଵାର କୁଜିବର ଗ୍ରାମ ସ୍ଥିତ ମହାତ୍ମା ସାଧୁ ସୁନ୍ଦର ଯାତ୍ରା କମିଟି ଆନୁକୂଲ୍ୟରେ ଗ୍ରାମ ଯାତ୍ରା ପଡିଆ ରେ ୩ଦିନ ବ୍ୟାପୀ କୋଣାର୍କ ଗଣନାଟ୍ୟ ଦ୍ୱାର ଯାତ୍ରା ପରିବେସଣ ହୋଇଥିଲା । କମିଟି ସଭାପତି ମଧୁସୂଦନ ବିଶ୍ୱାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ସମାଜସେବୀ ମା ଯଶୋଦା ଭଞ୍ଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ର ସମ୍ପାଦକ ଅନନ୍ତ କୁମାର ଦାସ,ପ୍ରଦୀପ କୁମାର ବେହେରା,ବାସୁଦେବ ସାହୁ,ମାନସ ବେହେରା, ରାଜେଶ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ।