
ଭଞ୍ଜନଗର,୦୨/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ରାଜନ ବିଷୋୟୀ ୧୯୮୯ ଡିସେମ୍ବର ମାସରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ରେ ଚାକିରୀ ପାଇଥିଲେ | ୧୯୯୦ ରେ ମେ ମାସରେ ( କୋଟଗଡ଼ ଥାନା ଅଧିନ ସୁବର୍ଣ୍ଣଗିରି ଫାଣ୍ଡି ରେ ପୋଷ୍ଟିଙ୍ଗ ହେବାପରେ ସେଠାରେ ପ୍ରାୟ ଦେଢ଼ ବର୍ଷ ରହିଲାପରେ ଝାରସୁଗୁଡା କୁ ବେସିକ ଟ୍ରେନିଂ ପାଇଁ ଯାଇଥିଲେ | ୧୯୯୨ ମସିହା ରେ ସେଠାରେ ଟ୍ରେନିଂ ସରିବା ପରେ ପୁଣି ଫୁଲବାଣୀ ରିଜର୍ଭ ଅଫିସ ରେ ଗୋଟିଏ ବର୍ଷ ରହିଲାପରେ ଭି ଏଚ ଏଫ କଣ୍ଟ୍ରାଲ ରୁମ ରେ ପୋଷ୍ଟିଙ୍ଗ ପାଇଥିଲେ | ସେଠାରେ ଡ଼ି ଏଫ ଏସ ଏଲ ରେ ଫଟୋଗ୍ରାଫର ଟ୍ରେନିଙ୍ଗସାରି ପୋଷ୍ଟିଙ୍ଗ ପାଇଥିଲେ | ତାପରେ ଏସ ପି ଅଫିସ ଏସ ଆର ସେକ୍ସନ ରେ ପୋଷ୍ଟିଂ ହୋଇଥିଲା | ସେଠାରେ ୧୭ ବର୍ଷ ଚାକିରୀ କରିବାପରେ ୨୦୧୨ ମସିହାରେ ଏ ଏସ ଆଇ ଭାବେ ଭଞ୍ଜନଗର ଏସ ଡ଼ି ପି ଓ ଅଫିସରେ କାର୍ଯ୍ୟ କରିଥିଲେ | ୨୦୧୬ ମଇ ମାସରେ ହିଞ୍ଜିଳିକାଟୁ କୁ ପୋଷ୍ଟିଙ୍ଗ ହୋଇଥିଲା | ତାପରେ ୨୦୧୭ ମସିହାଠାରୁ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡା ଫାଣ୍ଡିରେ ୫ ବର୍ଷ ଚାକରି କରିବାପରେ ୨୦୨୨ ମସିହାରେ ଏସଆଈ ଭାବେ ପଦୋନ୍ନତି ପାଇଥିଲେ | ପିଟିସି ଅନୁଗୁଳ ରେ ଟ୍ରେନିଂ ସରିବାପରେ ୨୦୨୩ମସିହା ଜାନୁଆରୀ ୧ ତାରିଖ ଦିନ ପୁରୀ ଜିଲ୍ଲାର ପିପିଲି ଥାନାକୁ ପୋଷ୍ଟିଙ୍ଗ ହୋଇଥିଲା | ୨୦୨୫ ମସିହା ମେ ମାସରେ ପୁନର୍ବାର ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ କୋର୍ଟକୁ ବଦଳି ହୋଇଥିଲା | ସେଠାରେ ୧୩ ମାସ ଚାକିରୀ କରିବାପରେ ଏପ୍ରିଲ ୩୦ ୨୦୨୬ ତାରିଖ ଦିନ ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ | ସେହି ଦିନ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ତାଙ୍କୁ ଫୁଲତୋଡ଼ା ଏବଂ ଉପଢୌକନ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଲେ |