
ଭୁବନେଶ୍ବର : ପ୍ୟାରିସ ଅଲିମ୍ପିକ୍ସ 2024ରେ ଐତିହାସିକ ବ୍ରୋଞ୍ଜ ମେଡାଲ ଜିତିଥିବା ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଓଡ଼ିଶାରେ ଭାରତୀୟ ହକି ଦଳକୁ ଓଡ଼ିଶାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ବିମାନବନ୍ଦରଠାରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ହୋଇଥିଲା ମେଗା ରୋଡ ସୋ’ । ଏହାପରେ ରାଜ୍ୟ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ୟାରିସ ଅଲିମ୍ପିକ୍ସ 2024ରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିବା ଭାରତୀୟ ହକି ଦଳକୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ଘୋଷଣା ଅନୁଯାୟୀ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।