ନୂତନ ବିଜ୍ଞାନ ଓ ଜ୍ଞାନକୌଶଳ ଦ୍ବାରା ଉଦ୍ୟାନ କୃଷିରେ ଆୟ ବହୁଗୁଣ ହୋଇପାରିବ: ପୂର୍ବତନ କେନ୍ଦ୍ର କୃଷି ସଚିବ

ଭୁବନେଶ୍ବର: ଦେଶର ଅନେକ ପ୍ରତିଷ୍ଠାନ ସମୟପୋଯୋଗୀ ବିଜ୍ଞାନ ଓ ଜ୍ଞାନକୌଶଳ ବିକାଶ କରିଛନ୍ତି। ସେହି ଜ୍ଞାନ କୌଶଳ ବ୍ୟବହାର କରିପାରିଲେ ଚାଷୀର ଆୟ ବହୁଗୁଣ ହୋଇପାରିବ ବୋଲି ପୂର୍ବତନ କେନ୍ଦ୍ର କୃଷି ସଚିବ ଡକ୍ଟର ଶୋଭନ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ବୁଧବାର କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ୱରଠାରେ ଆୟୋଜିତ ଡିବିଟି କିଶାନ୍ ସହଯୋଗରେ ତିନିଦିନିଆ ଉଦ୍ୟାନ କୃଷିରେ ଆୟ ବୃଦ୍ଧିର କୌଶଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ଶ୍ରୀ ପଟ୍ଟନାୟକ। କୋରାପୁଟ ଓ ନବରଙ୍ଗପୁରରେ ରହିଥିବା ଜଳବାୟୁ ଓ ମୃତ୍ତିକା ଉଦ୍ୟାନକୃଷି ପାଇଁ ଭରପୁର ସୁଯୋଗ ରହିଛି, ତେଣୁ ଚାଷୀମାନେ ଦେଶର ବିଭିନ୍ନ ଅନୁଷ୍ଠାନରେ ରହିଥିବା ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରିପାରିଲେ ନିଶ୍ଚିତଭାବେ ଆଗାମୀ ଦିନରେ ଚାଷୀମାନଙ୍କ ଆୟ ବହୁଗୁଣ ହୋଇପାରିବ ବୋଲି ସେ ମତପ୍ରକାଶ କରିଛନ୍ତି। ବିଶେଷ କରି ଚାରା ପ୍ରସ୍ତୁତ, ମଞ୍ଜି ଉତ୍ପାଦନ ଭଳି ଅନେକ ବିଜ୍ଞାନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *