ବିଜେପିରେ କେହି କାହାକୁ ବିଶ୍ବାସ କରୁ ନାହାନ୍ତି: ରାଜ୍ୟସଭା ନାମାଙ୍କନ ନେଇ ଅରୁଣ ସାହୁଙ୍କ କଟାକ୍ଷ

ଭୁବନେଶ୍ବର: ରାଜ୍ଯସଭା ନିର୍ବାଚନରେ ଦୁଇ ଜଣ ବିଜେପି ନେତା ପ୍ରାର୍ଥିପତ୍ର ଦାଖଲ କରିବା ନେଇ ବିଜେଡି ଶାସକ ବିଜେପିକୁ ଘେରିଛି। ବିଜେଡି ପକ୍ଷରୁ ଅରୁଣ ସାହୁ କହିଛନ୍ତି, ଗତକାଲି ବିଜେପି ବିଜେଡ଼ିଠାରୁ ଧାର ନେଇଥିବା ପ୍ରାର୍ଥୀଙ୍କୁ ନେଇ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଇଥିଲା। କିଛି ସମୟ ପରେ ଆଉ ଜଣେ ବିଜେପି ନେତା କିଛି ବିଜେପି ବିଧାୟକଙ୍କ ସମର୍ଥନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଏଥିରୁ ଜଣା ପଡୁଛି ବିଜେପିରେ କେହି କାହାକୁ ବିଶ୍ବାସ କରୁ ନାହାନ୍ତି କି ଶାସକ ଦଳର ନିଜ ପ୍ରାର୍ଥୀ ଉପରେ ଭରସା ନାହିଁ। ବିଜେପି ନିଜକୁ ଅସୁରକ୍ଷିତ ମନେ କରୁଛି। ଯେଉଁ ବିଧାୟକମାନଙ୍କ ସମର୍ଥନରେ ଅନ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ, ସେଥିରେ ଦଳୀୟ ସ୍ୱୀକୃତି ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ଏହା ସ୍ପଷ୍ଟ କରୁ ବୋଲି ଆରୁଣ କହିଛନ୍ତି। ଦ୍ଵିତୀୟ ପ୍ରାର୍ଥୀ କଣ ପାଇଁ ନାମାଙ୍କନ ପତ୍ର ଦାଖଲ କ‌‌ଲେ ।

ଶାସକ ବିଜେପି ପକ୍ଷରୁ ଦ୍ଵିତୀୟ ପ୍ରାର୍ଥୀ ଓ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‌କି ବୋଲି ସେ ପ୍ରଶ୍ନ ଛଠାଇଛନ୍ତି। ଯଦି ବିଜେପି ଏହା ସ୍ପଷ୍ଟ ନ କରେ, ତେବେ ଧରି ନିଆଯିବ, ବିଜେପିରେ ବିଶ୍ୱାସ ଓ ଭରସାର ସଙ୍କଟ ଦେଖା ଦେଇଛି। ଅରୁଣଙ୍କ ଏଭଳି କଡ଼ା କଟାକ୍ଷ ଭରା ମନ୍ତବ୍ୟ ନେଇ ଏବେ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *