ରାଜଧାନୀର ୧୦ଟି ପୂଜା କମିଟିକୁ ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି

ରାଜଧାନୀରେ ଆଜି ସନ୍ଧ୍ୟାରେ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି ମିଳିଛି । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ପାଇଁ ଅନୁମତି ମିଳିଛି । ଲୋକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି ପୁଲିସ ।

Leave a Reply

Your email address will not be published. Required fields are marked *