ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯାଇପାରେ ବାତ୍ୟା : ସ୍କାଏମେଟ୍

ଭୁବନେଶ୍ବର : ଅକ୍ଟୋବର ମାସକୁ ବଙ୍ଗୋପସାଗରରେ ବାତ୍ୟା ଋତୁ ବୋଲି କୁହାଯାଉଥିବାବେଳେ ଏବର୍ଷ ଏକ ବାତ୍ୟା ହେବାର ଆଶଙ୍କା ବଢିବାରେ ଲାଗିଛି। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ସୂଚନା ଅନୁସାରେ ଆସନ୍ତା ୩୬ରୁ ୪୮ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଓ ପରବର୍ତ୍ତି ୨୪ ଘଣ୍ଟାରେ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବ ।ସ୍କାଏମେଟ ଅନୁସାରେ, ଏହା ଅକ୍ଟୋବର ୨୩ ତାରିଖରେ ଲଘୁଚାପରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ପାଣିପାଗ ପ୍ରଣାଳୀ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ ସମୁଦ୍ର ଉପରେ ଲଘୁଚାପ ଆହୁରି ଘନୀଭୂତ ହେବା ପାଇଁ ଖୁବ୍ କମ୍ ସମୟ ମିଳିବ। ଫଳରେ ଏହି ପାଣିପାଗ ବ୍ୟବସ୍ଥାଟି ଏକ ପ୍ରାରମ୍ଭିକ ଧରଣର ବାତ୍ୟାର ରୂପ ନେଇପାରେ, କିନ୍ତୁ ଏହା ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା କମ ।

ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି ।ଲଘୁଚାପ ଆହୁରି ଘନୀଭୂତ ହେବା ପାଇଁ ଖୁବ୍ କମ୍ ସମୟ ମିଳିବ। ଫଳରେ ଏହି ପାଣିପାଗ ବ୍ୟବସ୍ଥାଟି ଏକ ପ୍ରାରମ୍ଭିକ ଧରଣର ବାତ୍ୟାର ରୂପ ନେଇପାରେ, କିନ୍ତୁ ଏହା ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା କମ । ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି ।ଯଦି ଏହି ପାଣିପାଗ ସିଷ୍ଟମ ବାତ୍ୟା ରୂପ ନିଏ, ତେବେ ମୌସୁମୀ ପରେ ଏହା ଏବର୍ଷର ପ୍ରଥମ ବାତ୍ୟା ହେବ । କିନ୍ତୁ ଏବର୍ଷ ସୃ୍ଷ୍ଟି ହୋଇଥିବା ୨ଟି ଅବପାତ ବାତ୍ୟାରୂପ ନେବା ପୂର୍ବରୁ ଦୁର୍ବଳ ହୋଇଯାଇଥିଲା । ଗୋଟିଏ ବଙ୍ଗୋପସାଗରରେ ଓ ଅନ୍ୟଟି ଆରବ ସାଗରରେ ସୃଷ୍ଟି ହୋଇଥିଲା । ଆଗାମୀ ବାତ୍ୟା ବି ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହୋଇଯାଇପାରେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *