ବୀର ବିପ୍ଲବୀ ଚକରା ବିଷୋଈ ସ୍ମୁତି ରକ୍ଷା ଓ ଭିଟାମାଟି ସୁରକ୍ଷା ପରିଷଦ ଦ୍ବାରା ବୀର ବିପ୍ଲବୀ ଚକରା ଙ୍କ ଜନ୍ମୋତ୍ସବ ପାଳିତ

ଭଞ୍ଜନଗର (ଓଡ଼ିଶା ଟୁଡେ): ପବିତ୍ର ଶାମ୍ବ ଦଶମୀ ଅବସରରେ ଘୁମୁସର ର ମହାନ୍ ବୀର ବିପ୍ଲବୀ ଚକରା ବିଷୋଈ ଙ୍କ ୨୦୨ ତମ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି ବିଭିନ୍ନ ସଂଗଠନ । ଏହି ଅବସରରେ ବୀର ଚକରା ବିଷୋଈ ଙ୍କ ନିଜ ଜନ୍ମ ମାଟି ଭଞ୍ଜନଗର ଠାରୁ ୭ କିଲୋମିଟର ଦୁରରେ ଥିବା ବିଞ୍ଜିଗିରି ଗ୍ରାମରେ ” ବୀର ବିପ୍ଲବୀ ଚକରା ବିଷୋଈ ସ୍ମୁତି ରକ୍ଷା ଓ ଭିଟାମାଟି ସୁରକ୍ଷା ପରିଷଦ ” ର ଆନୁକୂଲ୍ୟରେ ପାଳିତ ହୋଇଛି ୨୦୨ ତମ ବୀର ଚକରା ଜୟନ୍ତୀ ଉତ୍ସବ ।
ଜାନୁଆରୀ ମାସ ୯ ତାରିଖ ୨୦୨୫ ଗୁରୁବାର ପବିତ୍ର ଦଶମୀ। ଏହି ମହାନ୍ ପବିତ୍ର ପୂର୍ଣ୍ଣ ତିଥି ଦିନରେ ତଥା ୧୮୨୩ ମସିହା ରେ ଜନ୍ମଗ୍ରହଣ କରିଥିଲେ ଘୁମୁସର ଅଞ୍ଚଳର ମହାନ୍ ବୀର ବିପ୍ଲବୀ ଚକ୍ର ବିଷୋଈ। ପିଲା ବେଳର ଚକ୍ର କ୍ରମେ ସମସ୍ତ ଙ୍କ ର ଚକରା ହୋଇଥିଲା। ପିଲାଟି ଦିନରୁ ଯୁଦ୍ଧ କୈାଶଳ ରେ ରୁଚି ରଖୁଥିବା ଚକରା ସମୟ କ୍ରମେ ଯୋଦ୍ଧା ପାଲଟି ଯାଇଥିଲେ। କାରଣ ପିଲାଟି ଦିନରୁ ଚକରା ଶୁଣି ଆସିଛନ୍ତି ସଂଗ୍ରାମର କଥା, ଘୁମୁସର ବିଦ୍ରୋହ ର କଥା, ଇଂରେଜ ମାନେ ତାଙ୍କ ପିତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା କଥା, ଶୁଣି ଚକରା ପିଲାବେଳୁ ସଙ୍କଳ୍ପ କରିଥିଲେ ବ୍ରିଟିଶ୍ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ। ସେ ଅଭ୍ୟାସ କ୍ରମେ ଗରିଲା ଯୁଦ୍ଧ କୌଶଳ ରେ ନୈପୁଣ୍ୟ ହୋଇପାରି ଆଧୁନିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ଇଂରେଜ ସୈନ୍ୟବାହିନୀ ଙ୍କୁ ସ୍ତମ୍ଭିଭୂତ କରିଥିଲେ। ସେତେବେଳେ ତାଙ୍କରି ସାଂଗଠନିକ ପ୍ରକ୍ରିୟା ଅସମ୍ଭବ ଧରଣର ଥିଲା। ୧୮୫୭ ର ସିପାହୀ ବିଦ୍ରୋହର ପରେ ଇତିହାସ ବି ନିରବ ଚକରାଙ୍କ ଶେଷ ଜୀବନ ନେଇ। ଏହି ଅବସରରେ ଭଞ୍ଜନଗର ର ଲଣ୍ଡେଇସାହି ବାଇପାସ୍ ଛକରେ ଥିବା ବୀର ଚକରା ବିଷୋଈ ଙ୍କ ବିରାଟ ପ୍ରତିମୂର୍ତ୍ତି ଠାରେ ବୀର ବିପ୍ଲବୀ ଚକରା ବିଷୋଈ ସ୍ମୁତି ରକ୍ଷା ଓ ଭିଟାମାଟି ସୁରକ୍ଷା ପରିଷଦ ର ସଭାପତି ମୁରଲୀଧର ପଣ୍ଡାଙ୍କ ନେତୃତ୍ବରେ ଭଞ୍ଜନଗରସ୍ଥ ଲଣ୍ଡେଇସାହି ବାଇପାସ୍ ଛକ ଠାରେ ଥିବା ଚକରା ବିଷୋଈ ଙ୍କ ବିରାଟ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଉକ୍ତ ପରିଷଦ ର ଅନେକ ବରିଷ୍ଠ ସଦସ୍ୟ ଙ୍କ ସହିତ ସ୍ଥାନୀୟ ବି.ଇ.ଡି କଲେଜ୍ ଅଧ୍ୟକ୍ଷ, ଛାତ୍ରଛାତ୍ରୀ ମାନଙ୍କ ସହିତ କଲେଜ କାର୍ଯ୍ୟ କର୍ତ୍ତା ବୃନ୍ଦ ଉପସ୍ଥିତ ରହି ଵୀର ଚକରା ଙ୍କ ସ୍ମୃତି ଚାରଣ କରି ଜୟ୍ ଜୟ୍ ଗାନ କରିଥିଲେ ମହାନ୍ ଯୋଦ୍ଧା ବୀର ଚକରା ଙ୍କର। ପରେ ପରେ ଚକରା ବିଷୋଈ ଙ୍କ ନିଜ ଜନ୍ମ ମାଟି ବିଞ୍ଜିଗିରି ଯାହା ଭଞ୍ଜନଗର ଠାରୁ ୭ କିଲୋମିଟର ଦୁରରେ ଅବସ୍ଥିତ। ସେହି ଗ୍ରାମର ଗ୍ରାମବାସୀ ଦ୍ଵାରା ନିର୍ମିତ ବୀର ବିପ୍ଲବୀ ଚକରା ଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦ୍ଵୀପ ଦେଇ ପୂଜା କରାଯାଉଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରି ତଥା ଦକ୍ଷିଣାଞ୍ଚଳ ଜିଲ୍ଲା ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବିନାରାୟଣ ବେହେରା, ଓ ଭାରତୀୟ ଦୁର ଦର୍ଶନ ବିଭାଗ ଗଞ୍ଜାମ ଜିଲ୍ଲା ନିର୍ଦେଶକ ଶ୍ରୀଯୁକ୍ତ ଅରୁଣ କୁମାର ସତପଥି ଯୋଗଦାନ କରି ନିଜକୁ ଧନ୍ୟ ମନେକରିଥିଲେ । ସେ ଘୁମୁସର ର ମହାନ୍ ବୀର ବିପ୍ଲବୀ ଚକରା ବିଷୋଈଙ୍କ ଜନ୍ମ ମାଟି ରେ ପାଦ ଦେଇଥିବାରୁ ନିଜକୁ ଗର୍ବିତ ମନେକରିଥିଲେ। ସେ ପ୍ରତିମୂର୍ତ୍ତି ରେ ଶ୍ରୀଫଳ ଭାଂଗି ଦୀପ ପ୍ରଜ୍ଜ୍ୱଳନ କରି , ସେ ନିଜ ବକ୍ତବ୍ୟରେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଯେ, ବୀର ବିପ୍ଲବୀ ଚକରା ବିଷୋଈ ସ୍ମୁତି ରକ୍ଷା ଓ ଭିଟାମାଟି ସୁରକ୍ଷା ପରିଷଦ ଓ ଗ୍ରାମବାସୀଙ୍କ ପୂର୍ବରୁ ରହିଥିବା ଦାବି ମୁତାବକ ଗ୍ରାମରେ ଚକରାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ ହେବ ଓ ବୀର ବିପ୍ଲବୀ ଚକରା ବିଷୋଈ ଙ୍କ ନାମରେ ଗ୍ରାମ ଆରମ୍ଭ ରେ ଗୋଟେ ଦୀର୍ଘ ସ୍ଥାୟୀ ତୋରଣ ନିର୍ମାଣ ହେବ। ଆଜିର ଏହି ମହାନ୍ କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ୍ ମୁରଲୀଧର ପଣ୍ଡା, ବିଶ୍ବହିନ୍ଦୁ ପରିଷଦ ଘୁମୁସର ଜିଲ୍ଲା ସଭାପତି ସୁଧିର କୁମାର ନାୟକ, ଜିଲ୍ଲା ସମ୍ପାଦକ ବଟକୃଷ୍ଣ ପଣ୍ଡା, ବଜରଙ୍ଗ ଦଳ ଘୁମୁସର ଜିଲ୍ଲା ସହ ପ୍ରମୁଖ ଅଜୟ ମହାପାତ୍ର, ଶିବାନନ୍ଦ ମହାପାତ୍ରଙ୍କ ସମେତ ରାଜେନ୍ଦ୍ର କୁମାର ଗୈାଡ, ଗୈାରହରି ଗୈାଡ, ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ଶୁଦ୍ଧ ସୌରା ସମାଜର ଧବଳେଶ୍ବର ଦଳବେହେରାଙ୍କ ସହିତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ। ଇତିହାସ ପୃଷ୍ଠା କୁ ଅବଲୋକନ କଲେ ଓ ସ୍ଥାନୀୟ ଜନସାଧାରଣଙ୍କ ମତକୁ ଅନୁଧ୍ୟାନ କଲେ ଜଣାପଡେ ତାଙ୍କପରି ସାହାସୀ, ଦେଶପ୍ରେମୀ, ପରାକ୍ରମଶାଳୀ, ଅଜେୟ ବ୍ୟକ୍ତି ବାସ୍ତବରେ ବିରଳ। ସେ ଚିର ସ୍ମରଣୀୟ । ସେ କାଳଜୟୀ ଇତିହାସ ପୁରୁଷ। ଘୁମୁସର ଭଞ୍ଜଭୂମୀ ଆଜି ତାଙ୍କର ତ୍ୟାଗ ପୂତ ଜୀବନରେ ଗୌରବାନ୍ୱିତ ।

Leave a Reply

Your email address will not be published. Required fields are marked *