ଜଗନ୍ନାଥ ପ୍ରସାଦ: କୁର୍ମି କ୍ଷତ୍ରୀୟ ସଂସ୍ଥା ତରଫରୁ ଶିକ୍ଷାବୃତ୍ତି ଓ ସମ୍ବର୍ଦ୍ଧନା ଉତ୍ସବ ପାଳନ; ଯୋଗଦେଲେ ସ୍ଥାନୀୟ ବିଧାୟକ

ଜଗନ୍ନାଥ ପ୍ରସାଦ (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଅଞ୍ଚଳ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥା କୁରୁମକୁଳ ଗୃହ ଠାରେ ଆଜି ଶିକ୍ଷବୃତ୍ତି ଓ ସମର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି l ଏହି ପୂର୍ଣ୍ଣାଙ୍ଗ ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ବାରୁଡ଼ା କୁର୍ମି କ୍ଷତ୍ରୀୟ ସଂସ୍ଥା ଅଞ୍ଚଳର ସଭାପତି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଜଗତର ନାଥ ଜଗନ୍ନାଥଙ୍କ ପାଖରେ କୁରୁମ କୁଳର କୂଳଦୀପ ପ୍ରଜ୍ବଳନ କରି ଶୁଭଉଦଘାଟନ କରିଥିଲେ l ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ଏବଂ ଅଞ୍ଚଳ ସଭାପତି ଓ ସମ୍ପାଦକ ମୁଖ୍ୟ ଅତିଥିଙ୍କୁ କୃମି କ୍ଷତ୍ରିୟ ସମାଜ ଲୋଗୋ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଧକ୍ଷ ନୃସିଂହ ଚରଣ ପ୍ରଧାନ,ସମ୍ମାନିତ ଅତିଥି ଭାବେ କୃମିକ୍ଷୟତ୍ରୀୟ ସଂସ୍ଥାର ରାଷ୍ଟ୍ର୍ୟ କାର୍ଯ୍ୟକର୍ତା ବଂଶୀଧର ନାୟକ, ସର୍ବଭାରତୀୟ ପଦାଧିକାରୀ ଗଙ୍ଗାଧର ନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ l ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିବା ବେଳେ ସ୍ଥାନୀୟ ବିଧାୟକ ଶ୍ରୀ ନାୟକ ଛାମୁଣ୍ଡା ଅଂଚଳ ସଭାପତି ଅକ୍ଷୟ କୁମାର ଦଳବେହେରା,ସମ୍ପାଦକ ବଂଶୀଧର ନାୟକ, ଉପସଭାପତି ଉପେନ୍ଦ୍ର ଭଞ୍ଜ ନାୟକ, ସହସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ,କୋଷାଧକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ସାଙ୍ଗଠନିକ ସମ୍ପାଦକ ଓମପ୍ରକାଶ ପ୍ରଧାନ, ଆଇନ ପରାମର୍ଶଦାତା ବିନାୟକ ପ୍ରଧାନ, କୁଳାଧିକାରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖଙ୍କୁ ବିଧାୟକ ଶ୍ରୀ ନାୟକ ଉତ୍ତରୀୟ ଦେଇ ସମ୍ମାନିତ କରି ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଅଞ୍ଚଳ ସଭାପତି ଓ ସମ୍ପାଦକ ବାର୍ଷିକ ବିବରଣୀ ପଠନ କରିଥିଲେ l ଏହା ବ୍ୟତୀତ ସାକେରୀ ଅଞ୍ଚଳ ସଭାପତି ରଜନୀକାନ୍ତ ନାୟକ, ବୈକୁଣ୍ଠ ନାଥ ପ୍ରଧାନ, କରଚୁଲି ଅଂଚଳ ସଭାପତି ବିଜୟ ସେନାପତି ଓ ସମ୍ପାଦକ ପୀତବାସ ପ୍ରଧାନ, ଭୁବନେଶ୍ୱର ଅଂଚଳ ସଭାପତି ବିପ୍ର ଚରଣ ବଳିୟାରସିଂ ଓ ସମ୍ପାଦକ ମହେଶ୍ୱର ପ୍ରଧାନ ପ୍ରମୁଖ ବିଧାୟକ ଦ୍ୱାରା ସମ୍ମାନିତ ହୋଇଥିଲେ l

ଜାତିକୁ ଉନ୍ନତି କରିବାକୁ ଶିକ୍ଷାକୁ ଆଗକୁ ନେବାକୁ ପଡିବ ଏବଂ ଜାତିକୁ ଉନତି ଓ ସୁରକ୍ଷା ଦେଇଥିବା ବ୍ୟକ୍ତିବିଶେଷ ସର୍ଦ୍ଧlର ବଲ୍ଳଭ ଭାଇ ପଟେଲଙ୍କୁ ମାନେ ପକାଇ ଗର୍ବ ଅନୁଭବ କରିଥିଲେ l ଭୁବନେଶ୍ୱର ଠାରେ ସର୍ଦ୍ଧାର ବଲ୍ଳଭ ଭାଇ ପଟେଲ ଓ ଛତ୍ରପତି ଶିବାଜୀଙ୍କ ସ୍ମୃତି ଭବନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ନିଜ ବକ୍ତବ୍ୟରେ କହିଛନ୍ତି l ପରେ ନିଖିଲ ଉତ୍କଳ କୁର୍ମୀ କ୍ଷୟତ୍ରୀ ଜାତିର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଇଥିବାରୁ ପୂର୍ବତନ କର୍ମକର୍ତା ରେବତୀ ମୋହନ ନାୟକ, ଜିରାବାଡି ଚନ୍ଦ୍ରମଣି ପ୍ରଧାନ,ପଞ୍ଚଭୂତି ଉଦୟ ନାଥ ପ୍ରଧାନ,ଲେପା ବିଶ୍ଵନାଥ ସେନାପତି,ରାଉତି ପୂର୍ଣଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ନାୟକ,କରଡ଼ାବାଡି ବଂଶୀଧର ପ୍ରଧାନ,ପୂର୍ବତନ ସଭାପତି ବିରୁପାକ୍ଷ ନାୟକ,ସ୍ବର୍ଗତ ସୁବାସଚନ୍ଦ୍ର ଆଲତିଆଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିବା ବେଳେ ଅଞ୍ଚଳର ୩୩ଜଣ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାବୃତ୍ତିରେ ମାନପତ୍ର ଓ ଅର୍ଥରାଶି ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ପରିଶେଷରେ ପ୍ରଦେଶରେ ଥିବା ୧୭ଗୋଟି ଅଞ୍ଚଳର ପଦାଧିକାରୀଙ୍କ ଉପସ୍ଥିତରେ କୁର୍ମୀ କ୍ଷତ୍ରିୟ ସଂସ୍ଥା ତରଫରୁ “ମହାସଭା “ପାଇଁ ବାରୁଡ଼ା ଅଂଚଳରେ ଆଗାମୀ ଦିନରେ ପ୍ରସ୍ତୁତି ପାଇଁ ପ୍ରଦେଶ କମିଟି ମନୋନୀତ କରିଛନ୍ତି l କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ ସନ୍ତୋଷ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ କୃମି ଜାତୀୟ ଭାଇମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *