
କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡ଼ିଆ ଟୁଡ଼େ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ରେ କେନ୍ଦ୍ର ଓ ରାଜ୍ୟ ସରକାରଶିଶୁ ଙ୍କ ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ପାଇଁ ରାଜ୍ୟ ର ସମସ୍ତ ପଞ୍ଚାୟତ ରେ ଅଙ୍ଗନବାଡି କେନ୍ଦ୍ର ମାନ ଖୋଲିଛନ୍ତି । ଏହି କେନ୍ଦ୍ର ମାନଙ୍କ ରେ ୩ରୁ ୬ମାସର ଶିଶୁ ଙ୍କୁ ବିକେନ୍ଦ୍ର ଯୋଜନାରେ୬ଦିନକୁ ୬ ପ୍ରକାର ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ପୋଷାକ, ସୁଇଟର, ଜୋତା ଇତ୍ୟାଦି ଅତ୍ୟାବଶ୍ୟକ ଯୋଗାଇଛନ୍ତି । ସବୁ କେନ୍ଦ୍ର ରେ ଶିଶୁଙ୍କ ପ୍ରି ସ୍କୁଲ ଶିକ୍ଷା ପାଇଁ ଜଣେ ଲେଖାଏଁ ଅଙ୍ଗନବାଡି କର୍ମୀ ନିଯୁକ୍ତପଞ୍ଚାୟତ ସମିତି କାର୍ଯ୍ୟଳୟ – ଭାଞ୍ଜିଗଡ଼ (ବିଶ୍ଵନାଥ ପୁର) କଳାହାଣ୍ଡିଜିଲ୍ଲା ଲାଞ୍ଜିଗଡ ବ୍ଲକ ରେ କେନ୍ଦ୍ରନିଷମାନଙ୍କରେ ଚାଉଳ ନ ଥିବାରୁ କେବଳ ସିଝା ଅଣ୍ଡା ଖାଇ ଭୋକରେ ଫେରୁଛନ୍ତି କୋମଲ ମତି ଶିଶୁ, କେନ୍ଦ୍ର ଅଛି, ପିଲା, ଅଛନ୍ତି, ଅଙ୍ଗନବାଡି କର୍ମୀ ମଧ୍ୟ ରହି ପିଲା ଙ୍କୁ ଶିକ୍ଷା ଦେଉଛନ୍ତି ହେଲେ ପିଲା ଙ୍କ ଖାଇବା ପାଇଁକରିଛନ୍ତି । ହେଲେ କଳାହାଣ୍ଡିଦାନା ନାହିଁ । ଏହାକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । କିଛି ବିଭାଗୀୟ କର୍ମଚାରୀ ଓ ଟ୍ରାନ୍ସ ପୋଟିଂ ଏଜେଣ୍ଟ ଙ୍କ ଖାମଖୁଆଲି ନୀତି ଯୋଗୁଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ଦୁଇ ମାସ ହେଲା କେନ୍ଦ୍ର ମାନଙ୍କୁ କାହିଁକିଚାଉଳ ଯୋଗାଣ ହେଉନି, କଣ ଅସୁବିଧା ରହିଛି, ଏହାର ବିକଳ୍ପ ବ୍ୟବସ୍ଥା କଣ ପ୍ରଶାସନ ଦୃଷ୍ଟି ଦେଉ ନାହାନ୍ତି । ଲାଞ୍ଜିଗଡ ବ୍ଲକ ରେ ୨୨୬ ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ୫ ହଜାର ରୁ ଉର୍ଦ୍ଧ୍ୱ ୩ ବର୍ଷ ରୁ ୬ବର୍ଷ ଶିଶୁ କେନ୍ଦ୍ରରେ ଶିକ୍ଷା ଗ୍ରହଣ କରୁଛନ୍ତି । ଏ ସମ୍ପର୍କ ରେ ଲାଞ୍ଜିଗଡ ବ୍ଳକ ଶିଶୁ ବିକାଶ ଅଧ୍ୟାକାରୀଣି ବିଜୟଶ୍ରୀ ସିଂ ଙ୍କୁ ପଚାରିବାରୁ ସେ ଟ୍ରାନ୍ସପୋର୍ଟି ଏଜେଣ୍ଟ ଅନିଲ ଅଗ୍ରଓ୍ବାଲ ଙ୍କୁ ବାରମ୍ବାର ଚାଉଳ ଦେବାପାଇଁ କୁହା ଯାଉଛି ହେଲେ ସେ କର୍ଣ୍ଣପାତ କରୁନାହିଁ, ଏହାକୁ ନେଇ ଜିଲ୍ଲା ଶିଶୁ ବିକାଶ ଅଧିକାରିଣୀ ଓ ଜିଲ୍ଲାପାଳ କୁ ମଧ୍ଯ ଅବଗତ କରାଯାଇଛି ବୋଲି ପ୍ରକାଶ କରିଥିଲେ ।