
ବାଲିପଦର ୨୯/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାରେ ଜଗତ ଜନନୀ ମା’ଙ୍କ ପୂଜା ଉତ୍ସବ ମହାସମାରୋହରେ ଆକର୍ଷଣୀୟ ତୋରଣ ଓ ସୁସଜ୍ଜିତ ମେଢ଼ରେ ମ୍ରୁ୍ଣୟମୂର୍ତ୍ତୀର ବିଧି ଅନୁଯାଇ ନବରାତ୍ର ପୂଜା ପାଳନ କରା ଯାଇଛି। ଆମ ସଂସ୍କୃତି, ଆମ ପରମ୍ପରା, ଆମ ଅସ୍ମିତାର ଗର୍ବ ଓ ଗୌରବ ବାଲିପଦର ଆଜି ଆଧ୍ଯାତ୍ମିକ ମାହୋଲରେ ମୁଖରିତ ହୋଇ ଉଠିଛି। ପୂଜା କମିଟିର ସଭାପତି ସଞ୍ଜୟ ଜେନା, ପରିଚାଳକ ନାରାୟଣ ସାମନ୍ତରା, କାର୍ଯକାରୀ ସଦସ୍ୟ ମାଧବ ବିଷୋୟୀ, ଭଗବାନ ବଡୁ, ଶିବରାମ ସାସମଲ, କରମ ଚାନ୍ଦ, ଧନୁର୍ଜୟ ଜେନା ମାଥିଲି, ମଙ୍ଗୁଳୁ, ଡାକ, କାହ୍ନା, ବାପିନା, ପିଙ୍କୁ, କେଶବ ଓ ଅନ୍ଯାନ୍ଯ ସଦସ୍ୟ ଓ ଶ୍ରଦ୍ଧାଳୁଙ୍କ ଗହଣରେ କର୍ତ୍ତା ଭାବେ ତ୍ରିନାଥ ସାସମଲ ଓ ପୂଜକ ପ୍ରଦ୍ୟୁନ୍ନ ଖାଡଙ୍ଗା ନବରାତ୍ର ପୂଜା ପରିଚାଳନା କରିଥିଲେ।