
ଭୁବନେଶ୍ବର (ଓଡ଼ିଶା ଟୁଡେ) : ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ହେଲେ ପରେ ପୁଣି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଲା। ବାଚସ୍ପତିଙ୍କ ପୋଡିୟମ୍ ନିକଟରେ କଂଗ୍ରେସ ଓ ବିଜେଡିର ସଦସ୍ୟମାନେ ହୋହଲ୍ଲା କରିଥିଲେ। ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରିଥିଲା ବିଜେଡି। ଏଣେ ଜନଜାତିଙ୍କ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକମାନେ ପୁଣି ହଟ୍ଟଗୋଳ କରିଥିଲେ।