୧୩ବର୍ଷ ପରେ କଙ୍ଗନାଙ୍କୁ ସାମ୍ନାରେ ଦେଖିବା ପ‌ରେ ଚିରାଗ କହିଥିଲେ ଏଭଳି କଥା

ନୂଆଦିଲ୍ଲୀ: ହିମାଚଳର ମଣ୍ଡି ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟିର ସାଂସଦ ଥିବା କଙ୍ଗନା ରାନାୱତ କୃଷକଙ୍କ ଆନ୍ଦୋଳନକୁ ନେଇ ଦେଇଥିବା ବିବୃତିକୁ ବିଜେପି ସମର୍ଥନ କରୁ ନାହିଁ ବୋଲି ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଏହି ଘଟଣାକୁ ନେଇ ଟିଭି ଚ୍ୟାନେଲର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଙ୍ଗନାଙ୍କ ବନ୍ଧୁ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ୍ କହିଥିଲେ,‘ କଙ୍ଗନା ନିଶ୍ଚିତ ଭାବରେ ମୋର ଜଣେ ଭଲ ବନ୍ଧୁ । ମୁଁ ଜାଣିଛି କଙ୍ଗନା ହେଉଛନ୍ତି ଜଣେ ଦୃଢ଼ଇଚ୍ଛାଶକ୍ତ ମହିଳା। ତେଣୁ ସେ କୌଣସି ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଆଜି ଯେତେବେଳେ ସେ ରାଜନୀତି ଜଗତରେ ଅଛନ୍ତି, ତାଙ୍କୁ କିଛି ମନ୍ତବ୍ୟ ଦେବା ପୂର୍ବରୁ ଥରେ ଚିନ୍ତା କରି ଦେଖିନେବା ଉଚିତ। ତେବେ ମୁଁ ଏଥିରେ କୌଣସି ହସ୍ତକ୍ଷେପ କରୁନାହିଁ। ଏହା ହେଉଛି ଭାରତୀୟ ଜନତା ପାର୍ଟିର ନିଜସ୍ୱ ବିଷୟ ।’

ମଣ୍ଡିରୁ ସାଂସଦ ହୋଇଥିବା କଙ୍ଗନା ରାଣାୱତ ଯେତେବେଳେ ପ୍ରଥମଥର ପାଇଁ ସଂସଦରେ ପହଞ୍ଚିଥିଲେ ଅଭିନେତ୍ରୀଙ୍କ କୋ-ଷ୍ଟାର ଥିବା ଚିରାଗ ପାସୱାନ ତାଙ୍କୁ ଭେଟିଥିଲେ। ଏହି ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।  

୧୩ବର୍ଷ ପରେ ସଂସଦରେ ହଠାତ କଙ୍ଗନାଙ୍କୁ ଦେଖି ଚିରାଗ ଡାକ ପକାଇ ଅଭିନେତ୍ରୀଙ୍କୁ ଅଟକାଇ ତାଙ୍କର ସଫଳତାର ଶୁଭକାମନା ଜଣାଇଥିଲେ। ୧୩ବର୍ଷ ପରେ କଙ୍ଗନା ଓ ଚିରାଗ ଏକାଠି ନଜର ଆସିବାର ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ଏହି ଫଟୋକୁ ନେଇ କଙ୍ଗନାଙ୍କୁ ଗଣମାଧ୍ୟମ ପ୍ରଶ୍ନ ପଚାରିବାରୁ ସେ ହସି ହସି କହିଥିଲେ, ‘ଦୟାକରି ସଂସଦକୁ ତ ଛାଡ଼ି ଦିଅନ୍ତୁ। ଏହି ପ୍ରଶ୍ନର ମୁଁ ଏତିକି ହିଁ ଉତ୍ତର ଦେବି ।’ 

Leave a Reply

Your email address will not be published. Required fields are marked *