ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଏତିକି ପ୍ରତିଶତ ଭତ୍ତା ବଢ଼ାଇଲେ ମୋହନ ସରକାର

ଭୁବନେଶ୍ବର: ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ମାଝୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି।ପୂର୍ବରୁ ଏହା ୪୬ ପ୍ରତିଶତ ଥିବା ବେଳେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତ କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୪ ଜାନୁଆରି ମାସ ଠାରୁ ଲାଗୁ ହେବ।ସୂଚନାଯୋଗ୍ୟ, ରାଜ୍ୟରେ ସରକାର ପରିବର୍ତ୍ତନ ହେବାର ପ୍ରାୟ ୪ ମାସ ପୂର୍ତ୍ତି ଅବସରରେ ମୋହନ ମାଝୀ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର‌ ଦେଇଛନ୍ତି। ଏହା ଦ୍ବାରା ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *